ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାର ଏବଂ କେମିକାଲ୍ସ ଟ୍ରାଭାନକୋର ଲିମିଟେଡ୍‌ (FACT) ରେ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୨୩ ସୁଦ୍ଧା ଆବେଦନ କରିପାରିବେ।

ଯୋଗ୍ୟତା:

ଇଞ୍ଜିନିୟରିଂ (ବିଶେଷକରି କେମିକାଲ ଇଞ୍ଜିନିୟରିଂ) ରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ। ଏମ୍‌ବିଏ ତଥା ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା କରିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ। ପ୍ରାର୍ଥୀଙ୍କର ଟେକ୍ନିସିଆଲ୍‌ ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା– ଅତିକମ୍‌ରେ ୪୫ ବର୍ଷ

ଦରମା– ୭୫,୦୦୦ରୁ ୧,୦୦,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ pesb.gov.in ଓ୍ଵେବ୍‌ସାଇଟ୍‌ କୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଏହି ନିଯୁକ୍ତି ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ www.fact.co.in ରେ ଲଗ୍‌ଇନ୍‌ କରନ୍ତୁ।

Comment