ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବିଧାନସଭାର ଦ୍ୱିତୀୟ ଦିନରେ ବିରୋଧୀ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଆଜି ବାଚସ୍ପତିଙ୍କୁ ୧ ଘଣ୍ଟା ଗୃହକୁ ମୁଲତବି ରଖିବାକୁ ପଡ଼ିଥିଲା। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ପରିସ୍ଥିତି ଉପୁଜିଥିଲା। ଶୋକ ପ୍ରସ୍ତାବ ଆଗତ ହେବା ପରେ ଗୃହରେ ଚାଷୀ ଏବଂ ପଶ୍ଚିମବଙ୍ଗ ବିବାଦକୁ ନେଇ ହୋ-ହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଚାଲି ଆସି ହଙ୍ଗାମା କରିଥିଲେ। ତେବେ ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ହଙ୍ଗାମା କରିଥିବା ବେଳେ ବିଜେପି ପଶ୍ଚିମବଙ୍ଗ ବିବାଦକୁ ନେଇ ହଟ୍ଟଗୋଳ କରିଥିଲା। ଯାହାଫଳରେ ୧ ଘଣ୍ଟା ଯାଏଁ ଗୃହକୁ ମୁଲତବି କରାଯାଇଛି।

ତେବେ କୃଷି ଓ କୃଷକଙ୍କ ସମସ୍ୟା, ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ। ସେହିପରି ମହାନଦୀ, ପୋଲୀଭରମ୍‌ ପ୍ରସଙ୍ଗକୁ ଉଠାଇବ ବିଜେଡି।

LEAVE A REPLY

Please enter your comment!
Please enter your name here