ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଗୁରୁବାର ଦିନ ନିଜ ଇସ୍ତଫା ପତ୍ରକୁ ସେ ବିଜେଡି ସଭାପତି ନବୀନ ପଟ୍ଟନୟକଙ୍କ ନିକଟକୁ ପଠାଇଛନ୍ତି।

ପ୍ରକାଶ ବେହେରା ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ କଟକ ବାରବାଟୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ।

ପ୍ରକାଶ ବେହେରା ଗତ ମାର୍ଚ୍ଚ ୨୯ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ। ପରେ ଗତ ଏପ୍ରିଲ ୩ ତାରିଖରେ ନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ ପ୍ରକାଶ ବେହେରା।

ଗତ ୨୦୧୪ ମସିହାରେ ପ୍ରକାଶ ବେହେରା କଂଗ୍ରେସ ଟିକେଟରୁ ସାଲେପୁର ବିଧାୟକ ନିର୍ବାଚନ ହୋଇଥିଲେ। ପରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଯୋଗ ଦେବାର ମାତ୍ର ୬ ମାସ ମଧ୍ୟରେ ସେ ବିଜେଡି ଛାଡ଼ିଛନ୍ତି। ଏବେ ସେ କେଉଁ ଦଳକୁ ଯିବେ ତା’ଉପରେ ସମସ୍ତଙ୍କ ନଜର ରହିଛି।

Tags: #Politics #OdishaPolitics #PrakashBehera #BJP #BJD #Congress

Comment