ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଆଜି ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା ଦେଖିବାକୁ ମିଳିଛି। ଗୃହର ମଧ୍ୟଭାଗକୁ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଆସି ହଟ୍ଟଗୋଳ କରିଛନ୍ତି।

ରେମୁଣା ଜମିହରା ଓ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ମାନେ। ସେପଟେ ଗୃହରେ ପୁଣି ଚାଷୀ ପ୍ରସଙ୍ଗ ଉଠାଇଛି କଂଗ୍ରେସ।

ଏସବୁ ଭିତରେ ବିଜେଡି ବିଧାୟକ ମାନେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ଛିଡ଼ା ହୋଇ ପ୍ରଦିବାଦ ଜଣାଇଛନ୍ତି। ଏ ସବୁ ପରେ ଗୃହକୁ ଘଣ୍ଟାଏ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

Comment