ଓଡ଼ିଶାଲାଇଭ୍‌ ବ୍ୟୁରୋ

ପତ୍ନୀ ପ୍ରିୟଙ୍କା ଗାନ୍ଧିଙ୍କ ସହ ଇଡି ଅଫିସ ପହଞ୍ଚିଲେ ରବର୍ଟ ଭଦ୍ରା।

ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରା ଆଜି ଇଡିରେ ହାଜର ହୋଇଛନ୍ତି।

ବେଆଇନ ସମ୍ପତ୍ତି ରଖିଥିବା ମାମଲାରେ ଇଡି ତାଙ୍କୁ ଜେରା କରିଛି। ରବର୍ଟ ଭଦ୍ରା ବୁଧବାର ପାଖାପାଖି ୩.୪୫ରେ ଇଡି ଅଫିସରେ ପହଞ୍ଚିଥିଲେ। ଭଦ୍ରାଙ୍କ ସହ ଗାଡିରେ ପତ୍ନୀ ପ୍ରିୟଙ୍କା ମଧ୍ୟ ଆସିଥିଲେ ମାତ୍ର ସେ କିଛି ସମୟ ପରେ ଚାଲିଯାଇଥିଲେ।

କୁହାଯାଉଛି ଭଦ୍ରା ସେଠାରେ ପହଞ୍ଚିବା ଆଗରୁ ତାଙ୍କ ଓକିଲ ସେଠାରେ ପହଞ୍ଚିଥିଲେ। ରବର୍ଟ ଭଦ୍ରା ପୂର୍ବରୁ ଆଗୁଆ ଜାମିନ ଆବେଦନ କରିଥିଲେ। ଯେଉଁଥିରେ କୋର୍ଟ ତାଙ୍କୁ ଫେବ୍ରୁଆରି ୬ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ

Comment