ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦିନରେ ତାପମାତ୍ରା ୩ରୁ୪ ଡିଗ୍ରୀ ଯାଏଁ ବଢିଛି ମାତ୍ର ରାତିରେ ଶୀତ ଅନୁଭୂତ ହେଉଛି।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ ୮ ଓ ୯ତାରିଖରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି।

ପଶ୍ଚିମରୁ ପୂର୍ବକୁ ଗତି କରୁଥିବା ଟ୍ରପଲାଇନ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଅଛି।

ଆସନ୍ତା ୮ରେ ନବରଙ୍ଗପୁର, କଳହାଣ୍ଡି, ସୋନପୁର,ନୂଆପଡ଼ା,ବରଗଡ଼,ସୁନ୍ଦରଗଡ,କେନ୍ଦୁଝର,ମୟୁରଭଞ୍ଜ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସେହିପରି ୯ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି।

ଗତ ୨୪ଘଣ୍ଚା ମଧ୍ୟରେ ମାଲକାନଗିରି ଓ ତାଳଚେରରେ ସର୍ବାଧିକ ତାପମାତ୍ରା ୩୩ରୁ ୩୪ଡିଗ୍ରୀ ରେକର୍ଡ କରାଯାଇଛି।

Comment