ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ବାରି ଅଞ୍ଚଳରୁ ଗୁରୁବାର ୫ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଅବକାରୀ ବିଭାଗ ଗୁରୁବାର ଚଢ଼ାଉ କରି ଏହି ବ୍ରାଇନ୍‌ ସୁଗାର ଜବତ କରିଛି।

ଏହି ଘଟଣାରେ ଅବକାରୀ ବିଭାଗର ଅଧିକାରୀମାନେ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ମହିଳା ହେଉଛନ୍ତି ବାରି ଅଞ୍ଚଳର ସତ୍ୟଜିତ ମହାନ୍ତିଙ୍କ ସ୍ତ୍ରୀ ସସ୍ମିତା ମହାନ୍ତି(୧୯)। ତାଙ୍କ ପାଖରୁ ୨୧ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଓ ୫ହଜାର ଟଙ୍କା ଜବତ କରିଛି ଅବକାରୀ ବିଭାଗ।

ଏହି ବେଆଇନ ଡ୍ରଗ୍ସ କରବାର ଘଟଣାରେ ଅଧିକ ଖୋଳତାଡ଼ କରିବା ପାଇଁ ଖଣ୍ଡଗିରି ପୋଲିସ ତଦନ୍ତ ଆରମ୍ଭ କରିଛି।

Comment