ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁହାଯାଏ କନ୍ୟାଦାନ ମହାପୂଣ୍ୟ। ହିନ୍ଦୁ ବିବାହରେ କନ୍ୟାଦାନର ବିଶେଷ ମହତ୍ୱ ରହିଛି। ବିବାହ କାର୍ଯ୍ୟକ୍ରମ ଯେକୌଣସି ପରିବାର ପାଇଁ ଏକ ଖୁସିର ମୁହୂର୍ତ୍ତ। ଦୁନିଆ ଯେତେ ଆଧୁନିକ ହେଉପଛେ ବିବାହ ପରମ୍ପରାରେ କୌଣସି ବିଧିବିଧାନ ବଦଳିନଥାଏ। ଆଜି ବି ସେହି ପୁରୁଣା ରୀତିନୀତିରେ ବିବାହକାର୍ଯ୍ୟ ସମ୍ପନ୍ନ ହେଉଛି। ଯଦି କୌଣସି ବିବାହ ସମାରୋହରେ ପ୍ରଚଳିତ ପରମ୍ପରାକୁ ଅଣଦେଖା କରାଯାଏ ତାହାକୁ ଅଶୁଭ ମଧ୍ୟ କହିଥାନ୍ତି।

କୋଲକାତାରେ ଏକ ଅଜବ ପରମ୍ପରାରେ ବିବାହ କାର୍ଯ୍ୟକ୍ରମ ହୋଇଛି। ଯାହା ସୋସିଆଲ ମିଡିଆରେ ଏଭଳି ଏକ ବିବାହ କାର୍ଯ୍ୟ ଭାଇରାଲ ହେବାରେ ଲାଗିଛି। ବିବାହ ସମୟରେ ଜଣେ ବାପା କନ୍ୟାଦାନ କରିବାକୁ ରୋକଠୋକ୍ ମନା କରିଦେଲେ। ଆଉ କହିଥିଲେ ଯେ , ମୋ ଝିଅ କୌଣସି ସମ୍ପତ୍ତି ନୁହେଁ ଯେ କାହାକୁ ଦାନ କରିବି। ତେଣୁ ଏହି ରୀତି ମୁଁ ପାଳନ କରିବି ନାହିଁ।

ବିବାହ କରାଇଥିଲେ ମହିଳା ପଣ୍ଡିତ:

କେବଳ ସେତିକି ନୁହେଁ ଏହି ବିବାହ କରାଇଥିଲେ ଚାରି ଜଣ ମହିଳା ପଣ୍ଡିତ। ଯେତେବେଳେ କି ସାଧାରଣତଃ ହିନ୍ଦୁ ସମାଜର କୌଣସି ବିବାହକୁ ପୁରୁଷ ପଣ୍ଡିତଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥାଏ। କୋଲକାତରେ ହୋଇଥିବା ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କନ୍ୟାପିତାଙ୍କ ଏହି ପଦକ୍ଷେପକୁ କିଛି ଲୋକ ଏହାକୁ ସମର୍ଥନ କରିଥିବା ବେଳେ କିଛି ଲୋକ କରିଛନ୍ତି ସମାଲୋଚନା।

Comment