ଓଡ଼ିଶାଲାଇଭ୍ ବ୍ୟୁରୋ
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରା ନୀତିର ସମୀକ୍ଷା କରିଛନ୍ତି। ଏଥିରେ ସୁଧହାର ହ୍ରାସ କରିଛି ଆରବିଆଇ।
ରେପୋ ରେଟ୍ ୬.୫ ରୁ ୬.୨୫ପ୍ରତିଶତଙ୍କୁ କମିଛି, ସେହିପରି ରିଭର୍ସ ରେପୋ ରେଟ ୬ପ୍ରତିଶତ କରାଯାଇଛି।
ସୁଧହାର ହ୍ରାସ ପରେ ଏଣିକି ଇଏମଆଇ ମଧ୍ୟ କମିବ। ଏହା ସହିତ ୨୦୧୮-୧୯ଆର୍ଥିକ ବର୍ଷରେ ଜିଡିପି ୭.୪ରହିବାର ସମ୍ଭାବନା ଅଛି ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।
ରେପୋ ରେଟ କମ୍ ହେବା ପରେ ଏହାଦ୍ୱାରା ସାଧାରଣ ଲୋକ ଉପକୃତ ହୋଇପାରିବେ ବିଶେଷକରି ଗୃହଋଣ କ୍ଷେତ୍ରରେ ଲୋକେ ଉପକୃତ ହେବ।
ଏହା ସହିତ ଏହି ସମୀକ୍ଷାରେ କୃଷକ ମାନେ ନେଉଥିବା ଲୋନ ରାଶିକୁ ବଢାଇ ଦିଆଯାଇଛି। ଏଣିକି କୃଷକ ଚାଷ ଲାଗି ଲୋନ ନେଲେ ୧.୬୦ଲକ୍ଷ ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଲୋନ ପାଇପାରିବେ।