ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାବାଳିକା ଗର୍ଭବତୀ ହେବା ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ହେଲେ ଷ୍ଟିଲ ସିଟି ରାଉରକେଲାରୁ ଏକ ଛାତି ଥରା ଖବର ଆସିଛି।

ନାବାଳିକାଙ୍କ ବାପା ଘରେ ନଥିବା ବେଳେ ପଡ଼ୋଶୀ ତାଙ୍କୁ କୌଣସି ପ୍ରଲୋଭନ ଦେଖାଇ ଘରୁ ନେଇଯାଇଥିଲେ। ସୂତ୍ର ଅନୁସାରେ ନାବାଳିକାଙ୍କୁ ନେଇଥିବା ପଡ଼ୋଶୀ ତାଙ୍କୁ ସମ୍ପର୍କୀୟଙ୍କ ଘରେ ରଖିଥିଲେ।

ଝିଅକୁ ନପାଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ତାଙ୍କୁ ସାହାଯ୍ୟ କରିନଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।

ଏହାର କିଛିଦିନ ପରେ ସେ ଜାଣିବାକୁ ପାଇଲେ କି ତାଙ୍କ ଝିଅକୁ ରାଜସ୍ଥାନରେ ବିକ୍ରି କରାଯାଇଛି। କିଷାନ ଓ ମୁକେଶ ଅଗ୍ରୱାଲଙ୍କୁ ବିକ୍ରି କରାଯାଇଥିବା ସେ ଖବର ପାଇଥିଲେ। ପୂର୍ବରୁ ଓଡ଼ିଶା ପୋଲିସରେ ଅଭିଯୋଗ କରି ନିରାଶ ହୋଇଥିବାରୁ ସେ ଦିଲ୍ଲୀ ମହିଳା କମିଶନଙ୍କ ସାହାଯ୍ୟ ଲୋଡିଥିଲେ।

ଏହା ପରେ ଦିଲ୍ଲୀ ମହିଳା କମିଶନ ଏହାକୁ ଗୁରୁତର ସହ ନେଇ ଆଣ୍ଟି ଟ୍ରାଫିକିଙ୍ଗ  ସ୍କ୍ୱାର୍ଡ ଟିମ୍‌ ଗଠନ କରି ନାବାଳିକାଙ୍କୁ ରାଜସ୍ଥାନର ଝୁନଝୁନ୍‌ର ଉଦ୍ଧାର କରିଛି। ତେବେ ଦୁଃଖର କଥାକି ନାବାଳିକା ଏବେ ୯ମାସର ଗର୍ଭବତୀ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାବି ଗୁରୁତର ରହିଛି। ବର୍ତ୍ତମାନ ନାବାଳିକାଙ୍କର ଏକ ମେଡିକାଲରେ ଚିକିତ୍ସା ଚାଲିଛି।

ଅନ୍ୟପଟେ ନାବାଳିକାଙ୍କୁ କିଣିଥିବା ମୁକେଶ ଓ କିଷାନ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି।

ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିୱାଲ କହିଛନ୍ତି,”ନାବାଳିକାଙ୍କ ବାପା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଓଡ଼ିଶା ପୋଲିସ ସେମିତି କୌଣସି ପଦକ୍ଷେପ ନେଇନାହାନ୍ତି।”

Comment