ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଉତ୍ତରପ୍ରଦେଶ ଶହାରନପୁରରେ ଏହି ସଂଖ୍ୟା ୬୪କୁ ଛୁଇଁଥିବା ବେଳେ ରୁଡକିରେ ୨୦, କୁଶିନଗରରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଶହାରନପୁରରେ ୧୮ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ଉଭୟ ଜିଲ୍ଲାର ମୃତକମାନେ ଗୋଟିଏ ଜାଗାରୁ ମଦ କିଣିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା  କ୍ଷତିପୂରଣ ପ୍ରଦାନ ନିମେନ୍ତ ଘୋଷଣା କରିଛନ୍ତି। ଏଯାବତ୍  ଏହି ମାମଲାରେ ୪୬ ଜଣଙ୍କ ପୋଷ୍ଟମର୍ଟମ ହୋଇସାରିଛି। ଯେଉଁଥିରେ ୩୬ ଜଣଙ୍କ ମୃତ୍ୟୁ ମଦ ପିଇଥିବାରୁ ହୋଇଛି।

ତେବେ ପ୍ରଶାସନର ଅବହେଳା ଯୋଗୁଁ ସରକାର ୧୦ ଜଣ ଅଧିକାରୀ, ଅବକାରୀ ବିଭାଗର ୩ଜଣ ଇନ୍‌ସପେକ୍ଟର ଏବଂ ୨ଜଣ କନ୍‌ଷ୍ଟେବଲଙ୍କୁ ନିଲମ୍ବିତ କରିଛନ୍ତି।

ଅନ୍ୟପଟେ ପୋଲିସ ଓ ଜିଲ୍ଲା ପ୍ରଶାସନ ଘଟଣାର ଅଧିକ ତଦନ୍ତ କରିଛି ଏବଂ ଏହାସହ ୩୦ ଜଣଙ୍କୁ ଗିରଫ କରିଛି। ଅନ୍ୟପଟେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି।

Comment