ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଏତରେ ଜଣେ ନବବଧୂ ବିବାହ କରିବାର ପାଖାପାଖି ୩ ମିନିଟ ପରେ ହିଁ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି। ଏହା କୁଏତର ଇତିହାସରେ ସବୁଠାରୁ କମ୍ ସମୟ ଚାଲିଥିବା ବିବାହ କୁହାଯାଉଛି। ପ୍ରକୃତରେ କୁଏତ ସିଟିର ଗୋଟିଏ କୋର୍ଟରେ ବିବାହ ପାଇଁ ବର ଓ ବଧୂ ପହଞ୍ଚିଥିଲେ। ବିବାହକୁ ନେଇ ନବବଧୂ ବହୁତ ଖୁସି ଥିଲେ। ଉଭୟେ ଜଜଙ୍କ ସାମନାରେ ହିଁ ବିବାହ କାଗଜପତ୍ରରେ ଦସ୍ତଖତ କରିଥିଲେ।

କୋର୍ଟରୁ ଫେରିବା ସମୟରେ ହଠାତ୍ ନବବଧୂ ତଳେ ଖସିପଡ଼ିଲେ। ସେ ଖସିପଡ଼ିବା ପରେ ହିଁ ବର ତାଙ୍କୁ ବୋକି କହିଦେଲେ। ବରର ଏଭଳି ଶବ୍ଦ ନବବଧୂକୁ  ଭଲ ଲାଗିଲାନି। ଏଥିରେ ଦୁଃଖିତ ହୋଇ ବାହାଘର କାଗଜପତ୍ରରେ ଦସ୍ତଖତ ତ କଲେ, କିନ୍ତୁ ୩ମିନିଟ୍ ପରେ ହିଁ ଏହି ବିବାହକୁ ସେଇଠି ଭାଙ୍ଗିବା ପାଇଁ କହିଲେ।

ଏହି ଘଟଣା ଘଟିବା ପରେ ସୋସିଆଲ ମିଡିଆରେ କେତେକ ଲୋକ କହିଛନ୍ତି କି, ମହିଳା ଠିକ୍ ଥିଲେ ଓ ସେ ଠିକ୍ ନିଷ୍ପତ୍ତି ନେଇଛନ୍ତି। ଜଣେ ଟ୍ୱିଟର ୟୁଜର୍ସ କହିଲେ କି, ବିବାହର ପ୍ରାରମ୍ଭରେ ଯଦି ସ୍ୱାମୀ ଏମିତି ବ୍ୟବହାର କରନ୍ତି, ତେବେ ତାକୁ ଛାଡିଦେବା ଉଚିତ। ଆଉ ଜଣେ କହିଲେ କି, ଯେଉଁ ବିବାହରେ ସମ୍ମାନ ନାହିଁ, ତାହା ପ୍ରାରମ୍ଭରେ ଅସଫଳ ହୋଇଯାଏ।

Comment