ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ ହୋଇଛି। ସୋମବାର ଅବକାରୀ ବିଭାଗ ଏକ ବୁଲା ବିକାଳି ପାଖରୁ ୧୦୫ ଗ୍ରାମର ବ୍ରାଉନ୍‌ ସୁଗାର କରିଛି। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି।

ବ୍ରାଉନ୍‌ ସୁଗାର କାରବାର କରୁଥିବା ଏହି ବୁଲା ବିକାଳିର ନାଁ ହେଉଛି କ୍ଷୀରୋଦ ସାହୁ। ଲକ୍ଷ୍ମୀସାଗର ଅଞ୍ଚଳରେ ବ୍ରାଉନ୍‌ ସୁଗାର ବିକୁଥିବା ସମୟରେ କ୍ଷୀରୋଦ ସାହୁକୁ ଗିରଫ କରିଥିଲା ଅବକାରୀ ବିଭାଗ।

ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଡ୍ରଗ୍ସ କାରବାରର ଆଡ୍ଡା ହେବାକୁ ଲାଗିଲାଣି। କିଛିଦିନ ତଳେ ଖଣ୍ଡଗିରି ଅଞ୍ଚଳରୁ ୫ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ ହୋଇଥିଲା।

Comment