ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ, ବିପର୍ଯ୍ୟୟ ରୋଗୀ ସେବା, ପୁରୁଣା ଡାକ୍ତରଖାନାକୁ ପିପିପି ମୋଡ଼ରେ ପୁଣି ଚାଲୁ କରିବାକୁ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ବନ୍ଦର ପ୍ରଭାବ ଢେଙ୍କାନାଳରେ ଦେଖିବାକୁ ମିଳିଛି। ବସ୍‌ ଚଳାଚଳ ବନ୍ଦ ହେବା ସହ ଦୋକାନ ବଜାର ସମୂର୍ଣ୍ଣ ଭାବେ ବନ୍ଦ ରହିଛି। ତେବେ କିଛି ସ୍ଥାନରେ ପୋଡ଼ାଜଳା ମଧ୍ୟ ଦେଖିବାକୁ ମିଳିଛି।

ବନ୍ଦକୁ ଆଖି ଆଗରେ ରଖି ଢେଙ୍କାନାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Comment