ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଇଡି ମଙ୍ଗଳବାର ପଚରାଉଚରା କରିବ। ତେବେ ଏଥର ଇଡି କେବଳ ରବର୍ଟ ଭଦ୍ରାଙ୍କୁ ନୁହଁ ବରଂ ତାଙ୍କ ମା ମୌରୀମ ଭଦ୍ରାଙ୍କୁ ପଚରାଉଚରା କରିପାରେ।

ଏଥର ଉଭୟଙ୍କୁ ଦିଲ୍ଲୀରେ ନୁହଁ ରାଜସ୍ଥାନର ରାଜଧାନୀ ଜୟପୁରରେ ଇଡି ଉଭୟଙ୍କୁ ପଚରାଉଚରା କରିପାରେ। ଏଥର ଟଙ୍କା ହେରଫେର ମାମଲା ନୁହଁ, ବିକାନେର ଜମି ଡିଲ୍‌ ମାମଲାରେ ପଚରାଉଚରା ହୋଇପାରେ ବୋଲି ସୂଚନା ମିଳିଛି।

ଉଭୟ ଜୟପୁରରେ ପହଞ୍ଚିସାରିଥିବା ସୂଚନା ମିଳିଛି। ଇଡିର ୧୧ଜଣ ଅଧିକାରୀ ଉଭୟଙ୍କୁ ପଚରାଉଚରା କରିବେ। ଅଧିକାରୀମାନେ ପାଖାପାଖି ୫୫ଟି ପ୍ରଶ୍ମର ତାଲିକା ପ୍ରସ୍ତୁତ କରିଛନ୍ତି। ତେବେ ଉଭୟ ମା ଓ ପୁଅଙ୍କୁ ପଚରାଉଚରାରୁ ଇଡି ଅଧିକାରୀଙ୍କୁ କଣ ତଥ୍ୟ ମିଳୁଛି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇପାରିବ।

Comment