ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍‌ ନାଗେଶ୍ଵର ରାଓ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ମଙ୍ଗଳବାର ହାଜର ହୋଇଛନ୍ତି ନାଗେଶ୍ଵର।

କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବାରୁ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ସହ ଆଜି ଦିନ ତମାମ କୋର୍ଟ ରୁମ୍‌ରେ ବସି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଅନ୍ୟପକ୍ଷରେ ନାଗେଶ୍ଵର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିବା ଜଣାଇଛନ୍ତି ଆଟର୍ଣ୍ଣି ଜେନେରାଲ। ନାଗେଶ୍ଵରଙ୍କ ୩୨ ବର୍ଷର ବେଦାଗ କ୍ୟାରିୟର, ତାଙ୍କୁ କ୍ଷମା ମିଳୁ ବୋଲି ଆଟର୍ଣ୍ଣି ଜେନେରାଲ ଅନୁରୋଧ କରିଛନ୍ତି। ହେଲେ ନାଗେଶ୍ଵରଙ୍କ କ୍ଷମା ପ୍ରାର୍ଥନା ଆବେଦନକୁ ଖାରଜ କରିଛନ୍ତି କୋର୍ଟ।

କୋର୍ଟଙ୍କ ବାରଣ ସତ୍ତ୍ଵେ ମୁଜାଫରଫୁର ସେଲଟର ହୋମ ତଦନ୍ତ  ଅଧିକାରୀଙ୍କୁ ବଦଳି କରିଥିଲେ ନାଗେଶ୍ଵର।

Comment