ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଜି ପ୍ରୟାଗରାଜରେ ପହଞ୍ଚିଥିଲେ। ପ୍ରୟାଗରାଜରେ ପହଞ୍ଚିବା ପରେ ଅମିତ ଶାହ ସନ୍ଥ ସମାଜ ସହ ତ୍ରିବେଣୀ ସଙ୍ଗମ ଦର୍ଶନ କରିଥିଲେ।

ଏହି ସମୟରେ ଯୋଗୀ ଆଦିତ୍ୟନାଥ ବି ତାଙ୍କ ସହ ଥିଲେ।  ଶାହ ଆଦିତ୍ୟନାଥଙ୍କ ସହିତ ଆସ୍ଥାର ବୁଡ଼ ପକାଇଛନ୍ତି। ପ୍ରଥମ ବୁଡ଼ ପରେ ଅମିତ ଶାହଙ୍କ ଉପରେ ଆଦିତ୍ୟନାଥ ପାଣି ଢାଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ଗୋଟିଏ ଘାଟରେ ଆଦିତ୍ୟନାଥ ଓ ଅମିତ ଶାହଙ୍କୁ ଦେଖି ଉପସ୍ଥିତ ସାଧୁସନ୍ଥ ଉତ୍ସାହିତ ଥିବା ନଜର ଆସିଥିଲେ। ସୂଚନାନୁସାରେ ଆସ୍ଥାର ବୁଡ଼ ପରେ ଅମିତ ଶାହ ବିଭିନ୍ନ ପବିତ୍ର ସ୍ଥାନ ପରିଦର୍ଶନ କରିବା ସହ ସାଧୁ ସନ୍ଥଙ୍କୁ ଭେଟିବେ।

Comment