ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ରୀଷ୍ମଋତୁରେ ଅତ୍ୟଧିକ ଖରା ଯୋଗୁଁ ତ୍ଵଚା ଉପରେ ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥାଏ। ଖରାକୁ ବାହାରିବା ପୂର୍ବରୁ ସାବଧାନ ନରହିଲେ ତ୍ଵଚା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଥାଏ।

ଗତକିଛିଦିନ ହେବ ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି। ଖରାଦିନେ ଅତ୍ୟଧିକ ଗରମ ଯୋଗୁଁ ବିଭିନ୍ନ ଚର୍ମ ଜନିତ ସମସ୍ୟା ଦେଖାଦେଇଥାଏ। ବିଶେଷ କରି ସୂର୍ଯ୍ୟଙ୍କ ପ୍ରଖର କିରଣରୁ ତ୍ୱଚାର ଆକର୍ଷଣ ମଧ୍ୟ ହ୍ରାସ ପାଇଥାଏ। ଅତ୍ୟଧିକ ଗରମ ଯୋଗୁଁ ତ୍ୱଚା ଶୁଷ୍କ ଦେଖାଯାଇଥାଏ। ଏଥିପାଇଁ ଯଦି ଆପଣ କିଛି ପଦକ୍ଷେପ କରନ୍ତି ତେବେ ଏହି ଦିନମାନଙ୍କରେ ଆପଣଙ୍କ ତ୍ୱଚାର ଆକର୍ଷଣ ନଷ୍ଟ ହେବା ପୂର୍ବରୁ ରକ୍ଷା କରିପାରିବେ।

ତେବେ ଆସନ୍ତୁ ଜାଣିବା ଖରାଦିନେ କେମିତି ତ୍ୱଚାକୁ ସୁନ୍ଦର ରଖିପାରିବେ।

ମଶ୍ଚରାଇଜର ବ୍ୟବହାର କରନ୍ତୁ

ସୂର୍ଯ୍ୟଙ୍କ ପ୍ରଖର କିରଣରେ ଥିବା ହାନୀକାରକ ୟୁବି ରେଡିଏସନ ତ୍ୱଚାର ଅଧିକମାତ୍ରାରେ କ୍ଷତି ଘଟିଥାଏ। ଏଥିସହ ଏହାର ପୋଷଣ ମଧ୍ୟ ନଷ୍ଟ ହୋଇଥାଏ । ଯାହାଦ୍ୱାରା ପିଗମେଟେସନ ଓ ସନ ବର୍ନ ଭଳି ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ପ୍ରତିଦିନ ତ୍ୱଚାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହେବାସହ ଏହାକୁ ସଫା ରଖିବା, ମଶ୍ଚରାଇଜିଂ କରିବା ସହ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ମଧ୍ୟ ଜରୁରୀ ଅଟେ। ସବୁଠାରୁ ବଡ କଥା ହେଲା ନିୟମିତ ଭାବରେ ସନସ୍କ୍ରିନ ଲୋସନ ବ୍ୟବହାର କରିବାକୁ ମଧ୍ୟ ପଡିଥାଏ।

ଦିନକୁ ଦୁଇଥର କ୍ଲିନଜିଂ କରନ୍ତୁ

ଏହି ସମୟରେ ସାଧାରଣତଃ ଏପରି ସନସ୍କ୍ରିନ ଲୋସନ ବ୍ୟବହାର କରିବା ଉଚିତ। ଯାହା ଆପଣଙ୍କ ତ୍ୱଚା ପାଇଁ ଉପଯୋଗୀ ହୋଇଥାଏ। ଆଉ ଏହା ଆପଣଙ୍କ ତ୍ୱଚାକୁ ସୂର୍ଯ୍ୟ କିରଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ତେବେ ଭାରତୀୟ ତ୍ୱଚା ଅନୁସାରେ ପାଖାପାଖି ୩୦ ଏସପିଏଫ୍’ ର ସନସ୍କ୍ରିନ ଏଥିପାଇଁ ଉପଯୁକ୍ତ ହୋଇଥାଏ। ତେବେ ପଦାକୁ ବାହାରିବାର ପ୍ରାୟ ୨୦-୩୦ ମିନିଟ ପୂର୍ବରୁ ସନସ୍କ୍ରିନ ଲୋସନ ଲଗାଇବା ଉଚିତ। ଏଥି ସହ କଳା ଚଷମା ମଧ୍ୟ ବ୍ୟବହାର କରିପାରିବେ।

ତ୍ୱଚାକୁ ରୋଗ ମୁକ୍ତ କରିବା ପାଇଁ ହେଲେ ପ୍ରତିଦିନ ୨ ଥର ଲେଖାଏଁ କ୍ଲିନଜିଂ, ଟୋନର,ମଶ୍ଚରାଇଜର ଆଦିରେ ସଫା କରିବା ଉଚିତ। ମାତ୍ର ଏଥିପାଇଁ ଆପଣ ତୈଳ ମୁକ୍ତ ମଶ୍ଚରାଇଜର ବ୍ୟବହାର କରିବା ଜରୁରୀ ଅଟେ।

ସ୍କ୍ରବିଂ କରନ୍ତୁ

ଏହି ଦିନମାନଙ୍କରେ ସ୍କ୍ରବ କରିବା ଉଚିତ। ଶୁଷ୍କ ତଥା ମୃତ କୋଷିକାକୁ ତ୍ୱଚାରୁ ହଟାଇବା ପାଇଁ ସ୍କ୍ରବ କରିବା ଜରୁରୀ ଅଟେ। ଏହାଦ୍ୱାରା ତ୍ୱଚାର ମୃତ କୋଷିକାଗୁଡିକ ବାହାରି ଯାଇଥାଏ ଏବଂ ରକ୍ତ ସଂଚାର ଭଲଭାବରେ ହୋଇ ପାରିଥାଏ । ଏଥିପାଇଁ ତ୍ୱଚାକୁ ଧିରେ ଧିରେ ସ୍କ୍ରବ କରନ୍ତୁ ଓ ଏହା ଶୁଖି ଗଲା ପରେ ପାଣିଦ୍ୱାରା ଭଲଭାବରେ ଧୋଇ ଦେବା ସହ ମଶ୍ଚରାଇଜର ଲଗାଇ ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here