ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଔଷଧ ନୁହେଁ ଭଗବତ ଗୀତା ସାହାଯ୍ୟରେ ହୋଇପାରିବେ ରୋଗମୁକ୍ତ। ମଧୁମେହର ଚିକିତ୍ସା ପାଇଁ ଏହି ଆଧ୍ୟାତ୍ମିକ ଉପାୟ ବାହାର କରିଛନ୍ତି ହାଇଦ୍ରାବାଦର ଓସ୍ମାନିଆ ଜେନେରାଲ୍ ହସ୍ପିଟାଲର ଡାକ୍ତରଙ୍କ ସମେତ ବିଶେଷଜ୍ଞଙ୍କ ଏକ ଟିମ। ଆଉ ଏହାର ସ୍ରୋତ ହେଉଛି ପବିତ୍ର ଶ୍ରୀମଦ ଭଗବତ୍ ଗୀତା।

ବିଶେଷଜ୍ଞଙ୍କ କହିବା କଥା, ଗୀତାରେ ଅର୍ଜୁନ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ମଧ୍ୟରେ ହୋଇଥିବା କଥୋପକଥନକୁ ଅନେକ ରୋଗ ପାଇଁ ବ୍ୟବହାର କରାଯାଇପାରିବ। ଖାସ୍ କରି ମଧୁମେହ ଭଳି ପୁରୁଣା ରୋଗ ପାଇଁ।

ନକାରାତ୍ମକ ପରିସ୍ଥିତି ସହ ପରିଚିତ କରାଇବା ସହ ଲଢିବା ପାଇଁ ସକାରାତ୍ମକ ଉପାୟ କହିଥାଏ ଗୀତା। ମଧୁମେହ ଏକ ଜୀବନଶୈଳୀ ସହ ଜଡ଼ିତ ରୋଗ। ଏହାର ଚିକିତ୍ସା ପାଇଁ ଜରୁରୀ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବା। ଯେଉଁଥିରେ ଖାଦ୍ୟ ପାନୀୟ ଭଳି ଗତିବିଧିରେ ପରିବର୍ତ୍ତନ ଆଣିବ।

ମଧୁମେହ ହୋଇଥିବା ଜାଣିଲେ ରୋଗୀମାନେ ଅଧିକାଂଶ ସମୟ ଦୁଃଖରେ ରହିଥାନ୍ତି। କାରଣ ଜୀବନର ଅନେକ ପ୍ରିୟ ଜିନିଷଠୁ ଦୂରେଇ ରହିବାକୁ ପଡ଼ିଥାଏ। ତେଣୁ ବିଶେଷଜ୍ଞଙ୍କ କହିବା କଥା, ଭଗବତ ଗୀତାରେ ଦିଆଯାଇଥିବା ଶିକ୍ଷାକୁ ଉପଯୋଗ କରି ଏହାର ସାମ୍ନା କରିବାକୁ ସାହାଯ୍ୟ ମିଳିପାରିବ।

ଏହା ସହ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏକ ଧାର୍ମିକ ଏବଂ ଦାର୍ଶନିକ ଗୀତାଠୁ ଅଧିକ ଭଗବତ ଗୀତା। ଏହାର ୭୦୦ ରୁ ଅଧିକ ଶ୍ଲୋକ ଜୀବନର ସମସ୍ତ କଠିନରୁ କଠିନ ପରିସ୍ଥିତିକୁ ବୁଝିବା ପାଇଁ ବୁଦ୍ଧି ଦେଇଥାଏ।

Comment