ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଆମେରିକୀୟ ଟିଭି ଆଙ୍କର ଦୁନିଆ ସାମ୍ନାରେ କହିଛନ୍ତି କି ସେ ୧୦ବର୍ଷ ହେବ ନିଜ ହାତ ଧୋଇନାହାନ୍ତି। କାରଣ ପରିବେଶରେ ଜୀବାଣୁ ଅଛି ବୋଲି ସେ ବିଶ୍ୱାସ କରନ୍ତି ନାହିଁ। ଆଙ୍କର ଜଣଙ୍କ କହିଛନ୍ତି,”ମୁଁ ଜୀବାଣୁକୁ ଦେଖିନି ତ କେମିତି ବିଶ୍ୱାସ କରିବି।”

ତାଙ୍କ ହିସାବରେ ସଙ୍କ୍ରାମକ ଜୀବାଣୁ ନାହାନ୍ତି ସେଥିଲାଗି ତାହା ଖାଲି ଆଖିରେ ଦେଖାଯାଇନଥାଏ। ଏହା ସହିତ ସେ ଆହୁରି କହିଛନ୍ତି ମୁଁ ନିଜକୁ ରୋଗଠୁ ପ୍ରତିରୋଧ କରେ।

ଏହା ସେ ସେତେବେଳେ କହିଥିଲେ ଯେତେବେଳେ ସାଥୀ ଆଙ୍କର ପିଜା ଖାଇବା ପରେ ବଳିଥିବା ପିଜାକୁ ନେଇ ମଜାକ୍‌ କରିଥିଲେ। ସେତେବେଳେ ହେଗସେଥ ସାଥୀ ଆଙ୍କରଙ୍କୁ କହିଥିଲେ କି,”ମୋର ୨୦୧୯ର ସଂକଳ୍ପ ଯାହା ଅନ୍‌ ଏୟାରରେ କହିବି ତାହା ଅଫ୍‌ ଏୟାରରେ ବି କହିବି।”  ହେଗସେଥ ଏକ ଖବରକାଗଜକୁ କହିଛନ୍ତି,”ଆମେ ଏମିତି ଏକ ସମାଜରେ ବାସ କରୁଛେ ଯେଉଁଠି ଲୋକେ ଗୋଟିଏ ଦିନରେ ୧୯ହଜାର ଥର ସାନିଟାଇଜର ବ୍ୟବହାର କରିଥାନ୍ତି। ଯେମିତି ସେମାନଙ୍କ ଜୀବନ କେବଳ ସାନିଟାଇଜର ମାଧ୍ୟମରେ ବଞ୍ଚିଯିବ।”

ଏହା ସହିତ ସେ ଆହୁରି କହିଛନ୍ତି,”ମୁଁ ମୋ ଧ୍ୟାନ ନିଜେ ରଖୁଛି, ମାତ୍ର ତାହା ଲାଗି କୌଣସି ଜିନିଷ ପଛରେ ପଡ଼ିନଥାଏ।” ଏହାକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

Comment