ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ବିଦେଶୀ ବ୍ୟକ୍ତି ଲକ୍ଷାଧିକ ଦେଇ ଏକ ଦୁର୍ଲ୍ଲଭ ଛେଳିଟିକୁ କିଣିଛନ୍ତି। ବିଦେଶୀ ଶିକାରି ଗୋଟିଏ ଦୁର୍ଲ୍ଲଭ ପାହାଡ଼ିଆ ଛେଳିକୁ ମାରିବା ପାଇଁ ପାକିସ୍ତାନ ସରକାରକୁ ପାଖାପାଖି ୭୮ଲକ୍ଷ ଟଙ୍କା ଦେଇଛନ୍ତି। ଆମେରିକାରେ ରହୁଥିବା ଶିକାରି ବ୍ରିଆନ୍ ହାର୍ଲନ୍ ମୋଟା ରକମ ଦେଇ ଛେଳିକୁ ମାରିବା ପାଇଁ ଲାଇସେନ୍ସ ପାଇଛନ୍ତି।

ଏହି ଦୁର୍ଲଭ ଛେଳି ଉତ୍ତର ହିମାଳୟର ଗିଲଗିଟ୍ ବାଲଟିସ୍ତାନରେ ଦେଖିବାକୁ ମିଳେ। ଏହି ଆମେରିକୀୟ ବ୍ୟକ୍ତି ଜଣକ ଶିକାର ସହିତ ଜଡ଼ିତ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ପେଶାରେ ଜଣେ ବ୍ୟବସାୟୀ ଏବଂ ଶିକାରୀ ହୋଇଥିବା ବ୍ରିଆନ୍ ସ୍ଥାନୀୟ ଟିଭି ଚ୍ୟାନେଲ୍ ସହ କଥା ହେବା ବେଳେ କହିଛନ୍ତି ଯେ ପାକିସ୍ତାନକୁ ଆସିବା ତାଙ୍କ ପାଇଁ ଅନେକ ଲାଭବାନ୍ ହୋଇଥାଏ। ସେ ପାକିସ୍ତାନକୁ ୩ଥର ଆସିଛନ୍ତି ଏବଂ ପାକିସ୍ତାନରେ ଅନେକ ରକମର ପଶୁ ଶିକାର କରିଛନ୍ତି।

ସେ କହିଛନ୍ତି ଯେ ପାହାଡ଼ୀ ଛେଳିକୁ ସେ ନିଜ ତାଲିକାରେ ସବୁଠୁ ଶେଷରେ ରଖିଥିଲେ। ପାକିସ୍ତାନର ସ୍ଥାନୀୟ ଲୋକଙ୍କ ନିମନ୍ତେ ଏହି ଛେଳିକୁ ଶିକାର କରିବା ବେଆଇନ୍ ହୋଇଥାଏ। କିନ୍ତୁ ବିଦେଶୀ ଶିକାରୀଙ୍କୁ ପ୍ରତ୍ୟକ ଋତୁରେ ୧୨ଟି ଛେଳି ଶିକାର କରିବାକୁ ଲାଇସେନ୍ସ ଦିଆଯାଇଥାଏ।

Comment