ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସହିଦଙ୍କୁ  ଅଶ୍ରୁଳ ବିଦାୟ ଦିଆଯିବା ଭିତରେ ଆଉ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି।

ରାଜୌରୀ ସେକ୍ଟରରେ ନିୟନ୍ତ୍ରଣରେଖା ନିକଟରେ ଆଇଡି ବିସ୍ଫୋରଣରେ ସେନାର ଜଣେ ମେଜର ସହିଦ ହେବା ଖବର ମିଳିଛି। ନିୟନ୍ତ୍ରଣ ରେଖା ନିକଟରେ ଏହି ଅଫିସର ଜଣକ ଏକ ବୋମାକୁ ଅକାମୀ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଜୋରଦାର ବିସ୍ଫୋରଣ ଘଟିଥିଲା। ରାଜୌରୀ ସେକ୍ଟରରେ ଥିବା ନୌସେରା ନିକଟରେ ଏହି ଘଟଣା ଘଟିଥିଲା।

ଗୁରୁବାର ଦିନ ପୁଲୱାମାରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହେବା ପରେ ସମଗ୍ର ଦେଶରେ ଏକ ଦୁଃଖର ପରିବେଶ ସୃଷ୍ଟି ହୋଇଛି।

କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ନିମନ୍ତ୍ରଣ କ୍ରମେ ଆଜି ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ବସିଥିଲା। ଆଗକୁ ମୋଦି ସରକାର ପାକିସ୍ତାନ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବର୍ତ୍ତମାନ ତାହାରି ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି।

LEAVE A REPLY

Please enter your comment!
Please enter your name here