ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କଶ୍ମୀରରେ ନିୟୋଜିତ ଥିବା ଭାରତୀୟ ସେନା ପିନ୍ଧିବେ ସ୍ୱଦେଶୀ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧି କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବ ଭାରତୀୟ ସେନା।

ବର୍ତ୍ତମାନ ୪୦ ହଜାର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ ସେନା ପାଇଁ ପ୍ରସ୍ତୁତ ହୋଇସାରିଛି। ଖୁବଶୀଘ୍ର ଏହି ଜ୍ୟାକେଟକୁ ଜମ୍ମୁ କଶ୍ମୀରକୁ ପଠାଯିବ। ଏ ନେଇ ମେଜର ଜେନେରାଲ ଅନିଲ ଓବରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

“କଶ୍ମୀରରେ ନିୟୋଜିତ ଥିବା ଭାରତୀୟ ସେନା ସେଠାରେ ଆତଙ୍କବାଦୀ ଆକ୍ରମଣ ରୋକିବା ପାଇଁ  ଏଣିକି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ ପିନ୍ଧିବ। ଯାହାକି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି’’, କହିଛନ୍ତି ଅନିଲ ଓବରୟ।

ସେ ଆହୁରି ମଧ୍ୟ କହିଛନ୍ତି,‘‘ ଏହି ଜ୍ୟାକେଟକୁ ଏକେ-୪୭ ଓ ବିଭିନ୍ନ ଅସ୍ତ୍ରରୁ ଯବାନମାନଙ୍କୁ ସୁରକ୍ଷା ପ୍ରଦାନ କରିବ। ୨୦୨୦ ସୁଦ୍ଧା ଆହୁରି ଅଧିକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଯବାନଙ୍କୁ ଯୋଗାଇ ଦିଆଯିବ।”

ଗତବର୍ଷ ପ୍ରତିରକ୍ଷା ବିଭାଗ ସେନାକୁ ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ଯୋଗାଇଦେବା ନିମନ୍ତେ ଏସଏମପିପି ନାମକ କମ୍ପାନି ସହ ୬୩୯କୋଟି ଟଙ୍କାର ଚୁକ୍ତି କରିଥିଲା। ଏହି ଚୁକ୍ତିରେ କମ୍ପାନି ଭାରତୀୟ ସେନାକୁ ୧.୮୬ ଲକ୍ଷ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଯୋଗାଇଦେବ।

Comment