ଓଡ଼ିଶାଲାଇଭ୍ ବ୍ୟୁରୋ

indian army

ଭାରତୀୟ ସ୍ଥଳ ସେନାରେ ‘ଟେକ୍ନିକାଲ ଏଣ୍ଟ୍ରି ସ୍କିମ’ (ଟିଇଏସ) ଅନ୍ତର୍ଗତ ୫୦ଟି ପଦବୀ ପୂରଣ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ପ୍ରଥମେ ଭାରତୀୟ ସେନା ପକ୍ଷରୁ ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଶିକ୍ଷା ଦିଆଯିବ। ଏହାପରେ ସେମାନେ ଆର୍ମି ଇଞ୍ଜିନିୟର୍ସ କୋର୍ପସରେ ଅଫିସର ପଦରେ ନିଯୁକ୍ତି ପାଇବେ।

ଏହି ପରୀକ୍ଷା ପାଇଁ ଏବେ ଭାରତୀୟ ସ୍ଥଳ ସେନା ଅନଲାଇନରେ ଆବେଦନ ଆରମ୍ଭ ହୋଇଛି। ଜୁନ୍ ୩୦ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।

ଯଦି ଆପଣମାନେ ଭାରତୀୟ ସ୍ଥଳ ସେନାରେ ଇଞ୍ଜିନିୟର ଭାବେ ଚାକିରି କରିବା ପାଇଁ ଇଚ୍ଛା ପ୍ରକାଶ କରୁଥାନ୍ତି, ତେବେ ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଆର୍ମି ଟେକ୍ନିକାଲ ଏଣ୍ଟ୍ରି ସ୍କିମ (ଟିଇଏସ) – ୫୦

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ସାଢ଼େ ୧୬ ବର୍ଷରୁ ସାଢ଼େ ୧୯ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ସେମାନେ ଅତିକମରେ ବିଜ୍ଞାନ ବିଷୟରେ ଦ୍ଵାଦଶ ବା ଯୁକ୍ତ ୨ ପାସ କରିଥିବା ଆବଶ୍ୟକ
  • ସେମାନେ ଦ୍ଵାଦଶ ବା ଯୁକ୍ତ ୨ ଫିଜିକ୍ସ, କେମେଷ୍ଟ୍ରି ଓ ଗଣିତରେ ୬୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
  • ସେମାନେ ଜେଇଇ ମେନ ପରୀକ୍ଷା ଦେଇଥିବା ଆବଶ୍ୟକ
  • ସେମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହିସବୁ ନିଯୁକ୍ତି ପାଇଁ ପ୍ରଥମେ ସ୍ଥଳ ସେନାପକ୍ଷରୁ ଅନଲାଇନ ପ୍ରିଲିମିନାରି ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ଏସଏସବି ଇଣ୍ଟରଭ୍ୟୁ କରାଯିବ
  • ଇଣ୍ଟରଭ୍ୟୁ ପାସ କରିଥିବା ପ୍ରାର୍ଥୀଙ୍କ ଶାରୀରିକ ଓ ମେଡିକାଲ ଯାଞ୍ଚ କରାଯିବ
  • ଏହାପରେ ସେମାନେ ଆର୍ମିର ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଇଞ୍ଜିନିୟରିଂ ପଢ଼ିବେ
  • କୋର୍ସ ସରିବାପରେ ସେମାନଙ୍କୁ ଇଞ୍ଜିନିୟରିଂ ଡିଗ୍ରି ସହ ନିଯୁକ୍ତି ମିଳିବ    

କେମିତି କରିବେ ଆବେଦନ

  • ଭାରତୀୟ ସ୍ଥଳ ସେନାର ୱେବସାଇଟ joinindianarmy.nic.in କୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ଆର୍ମି ଟିଇଏସ’ ଆବେଦନ ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ସରିବାପରେ ‘ସାଇନ ଇନ’ କରନ୍ତୁ
  • ‘ସାଇନ ଇନ’ ହେବାପରେ ପରୀକ୍ଷା ପାଇଁ ଫର୍ମ ପୂରଣ କରନ୍ତୁ
  • ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳର ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହିସବୁ ପଦବୀ ପାଇଁ କେବେ ପ୍ରିଲିମିନାରି ପରୀକ୍ଷା କରାଯିବ ସେନେଇ ଭାରତୀୟ ସ୍ଥଳସେନା ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀର ଅଧିକ ସୂଚନା ଇଣ୍ଡିଆନ ଆର୍ମିର ୱେବସାଇଟରେ ଉପଲବ୍ଧ।

Tags: #IndianArmy #TechnicalEntryScheme #TES #Examination #Careers #Employment

 

Comment