ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀର କେଣ୍ଟ ଅଞ୍ଚଳରେ ରହୁଥିବା ଜଣେ ଆର୍ମି ଅଫିସରଙ୍କ ସ୍ତ୍ରୀର ହତ୍ୟାକାଣ୍ଡ ଉପରୁ ପୋଲିସ ପରଦା ହଟାଇଛି। ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଭାରତୀୟ ସେନାର ଆଉ ଜଣେ ମେଜର ନିଖିଲ ହାଣ୍ଡା। ଏହି ହତ୍ୟାକାଣ୍ଡ ପଛରେ ପ୍ରେମ ବ୍ୟାପାର ରହିଛି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି।

ତିନି ବର୍ଷ ହେଲା ଚାଲିଥିଲା ପ୍ରେମ

ଭାରତୀୟ ସେନାର ମେଜର ନିଖିଲ ହାଣ୍ଡା ଏବଂ ମେଜର ଅମିତ ଦ୍ୱିବେଦୀଙ୍କ ପରିବାର ଭିତରେ ଥିଲା ଭଲ ସମ୍ପର୍କ। ଦିମାପୁରରେ ଉଭୟଙ୍କ ପୋଷ୍ଟିଂ ହେବା ପରେ ଏହି ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଏହାରି ଭିତରେ ଅମିତଙ୍କ ସ୍ତ୍ରୀ ଶୈଳଜାଙ୍କ ସହ ମେଜର ନିଖିଳଙ୍କର ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା।

ଶନିବାର ଦିନ ମେଜର ନିଖିଲ ଶୈଳଜାଙ୍କୁ ଫୋନ କରି ଡାକିଥିଲେ। ଏହାପରେ ଶୈଳଜାଙ୍କ ମୃତଦେହ ମିଳିଥିଲା।

ଫେନ କଲରୁ ମିଳିଲା ପ୍ରମାଣ

ଶୈଳଜାଙ୍କ ମୃତ୍ୟୁ ପରେ ପୋଲିସ ଘଟଣାର ଛାନଭିନ କରିଥିଲା। ପୋଲିସ ପ୍ରଥମେ ଶୈଳଜାଙ୍କ ମୋବାଇଲ୍ ଫୋନ ଯାଞ୍ଚ କରିଥିଲା। ଫୋନ ଯାଞ୍ଚ ବେଳେ ନିଖିଲଙ୍କ ଫୋନରୁ ଅଧିକ କଲ୍‌ ଆସିଥିବା ପୋଲିସ ଜାଣିପାରିଥିଲା। ଫଳରେ ନିଖିଲ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା।

ଯେତେବେଳେ ପୋଲିସ ନିଖିଲକୁ ଯୋଗାଯୋଗ କରିଥିଲା ସେତେବେଳେ ସେ ଫେରାର ହୋଇଯିବାକୁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଲା। ନିଖିଲକୁ ଖୋଜିବା ପାଇଁ ପୋଲିସ ତଦନ୍ତ ଜୋରଦାର କରିଥିଲା। ଫଳରେ ପୋଲିସ ନିଖିଲକୁ ମେରଠକୁ ଗିରଫ କରିବାରେ ସମର୍ଥ ହୋଇଥିଲା।

ମେଜର ଅମିତଙ୍କ ସ୍ତ୍ରୀ ଶୈଳଜା ସହ ନିଖିଲର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଶୈଳଜାଙ୍କୁ ବାହା ହେବା ପାଇଁ ନିଖିଲ ପ୍ରସ୍ତାବ ଦେଇଥିଲା। କିନ୍ତୁ ଶୈଳଜା ଏତିରେ ରାଜି ହୋଇ ନଥିଲେ। ରାଗରେ ଅମିତ ଶୈଳଜାଙ୍କୁ ହତ୍ୟା କରିଥିବା ପୋଲିସ କହିଛି।

Comment