ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକେ ଆମ୍ବ, ଲେମ୍ବୁ, ଲଙ୍କା, ଗାଜର, ମୂଳା କି ଆମ୍ବୁଲ ଆଚାର ଖାଇଥିବେ ଏବଂ ଦେଖିଥିବେ। କିନ୍ତୁ ଲଣ୍ଡନରେ ଏମିତି ଆଚାର ବିକ୍ରି ହେଉଛି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଲଣ୍ଡନର ଏସେକ୍ସରେ ଏକ ଦୋକାନ ରହିଛି ଯେଉଁଠି ମଣିଷ ଅଙ୍ଗକୁ କାଟି ଆଚାର କରି ବିକ୍ରି କରାଯାଉଛି।

ଏହି ଦୋକାନରେ ହାତ-ଗୋଡ଼, ଖପୁରୀ, ନଖ, ପଶୁଙ୍କ ଖପୁରୀ ଓ ତାଙ୍କ ଅବଶେଷ ରହିଛି। ଏହାଛଡ଼ା ବହୁ ଅଜବ ଧରଣର ସାମଗ୍ରୀ ଦେଖିବାକୁ ମିଳିବ ଯାହା ଡବା ଭିତରେ ବନ୍ଦ କରି ରଖାଯାଇଛି। ଦୋକାନର ନାଁ ‘କ୍ୟୁରୋସିଟିଜ ଫ୍ରମ ଦ ଫିଫଥ କର୍ଣ୍ଣର’ ରହିଛି ଯାହାର ମାଲିକ ହେଉଛନ୍ତି ହେନେରୀ ସ୍କ୍ରାପ୍।

ସେ ତାଙ୍କର ଏହି ଦୋକାନରେ ଶହେରୁ ଅଧିକ ଏଭଳି ସାମଗ୍ରୀ ରଖିଛନ୍ତି ଯାହାକୁ ଦେଖିଲେ ଲୋକେ ଭୟ କରିବେ। କଟା ହାତ, ମହିଳାଙ୍କ ଗର୍ଭ, ଓଭାରୀ ଏବଂ ନବଜାତ ଶିଶୁଙ୍କ ଶବ ସାମିଲ ରହିଛି, ଯାହାକୁ ସୀସା ଜାର ଭି୍ତରେ ଆଚାର କରି ରଖାଯାଇଛି।

ହେନେରୀଙ୍କ କହିବା କଥା, ଦୋକାନ ପାଇଁ ମେଡିକାଲ ବୋର୍ଡର ଅନୁମତି ରହିଛି। ଦୋକାନରେ ମଣିଷଙ୍କଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ଅଜବ ଅଜବ ସାମଗ୍ରୀ ରଖିଛି ଯାହାର ମୂଲ୍ୟ ୯୦୦ ଟଙ୍କାରୁ ଆରମ୍ଭ କରି ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ଦାନ ହୋଇଥିବା ମୃତହେଦକୁ ଆଣି ଏହି କାମରେ ବ୍ୟବହାର କରୁଥିବା କହିଛନ୍ତି ହେନେରୀ। ମାଂସଗୁଡ଼ିକ ଯେଭଳି ଖରାପ ନହେବ ସେଥିପାଇଁ ପ୍ରଥମେ ମୃତଦେହ କିମ୍ବା ଅଙ୍ଗ ଗୁଡ଼ିକୁ ଫର୍ମାଲ ଡିହାଇଡରେ ବୁଡ଼ାଇ ଦିଆଯାଇଥାଏ। ତାପରେ ଆଲକହଲରେ ବୁଡ଼ାଇ ରଖାଯାଏ। ବେଳେବେଳେ ଅଙ୍ଗ ଗୁଡ଼ିକ ଯେଭଳି କୌଣସି କ୍ଷତି ନହେବ ସେଥିପାଇଁ ଜାରରେ ଥିବା ପାଣିକୁ ବଦଳାଇବାକୁ ପଡ଼ିଥାଏ।

Comment