ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ଧଳା ଜହର କାରବାର। ମହିଳାଙ୍କ ସ୍କୁଟି ଡିକିରୁ ୧୨ ଗ୍ରାମର ବ୍ରାଉନ ସୁଗାର ଜବତ।

ପୁଣି ରାଜଧାନୀ ଭୁବନେଶ୍ୱରରେ ଧଳା ଜହର କାରବାର। ଏଥର କିନ୍ତୁ ବ୍ୟବସାୟ କରିବାର ଢଙ୍ଗ ନିଆରା। ରବିବାର ନନ୍ଦନକାନନ ପୋଲିସ ବ୍ରାଉନ ସୁଗାର ବିକୁଥିବା ଏକ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ସ୍କୁଟିରେ ବୁଲି ବ୍ରାଉନ ସୁଗାର ବିକୁଥିବା ବେଳେ ପୋଲିସ ତାଙ୍କୁ ଗରିଫ କରିଛି। ସ୍କୁଟି ଡିକିରୁ ପୋଲିସ ୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା।

ରାଜଧାନୀ ଭୁବନେଶ୍ୱରରେ ଧଳା ଜହର କାରବାର ଦିନକୁ ଦିନ ବଢିବାରେ ଲାଗିଛି। ନିକଟରେ ଭୁବନେଶ୍ୱର ଖଣ୍ଡଗିରି ଥାନା ବାରି ଅଞ୍ଚଳରୁ ୫ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରାଯାଇଥିଲା। ଏଥିରେ ଜଣେ ମହିଳାଙ୍କୁ ଗିରଫ କରିଥିଲା ପୋଲିସ। ସେହିପରି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ବୁଲା ବିକାଳି ପାଖରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରାଯାଇଥିଲା।

ସେହିପରି ନିକଟରେ ସାଲିଆସାହି ଅଞ୍ଚଳରୁ ଏକ ଇଞ୍ଜିନିୟର ଛାତ୍ର ନିକଟରୁ ୮୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।

ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଢଙ୍ଗରେ ଧଳା ଜହର ବିକାଯାଉଛି। ବ୍ରାଉନ ସୁଗାର କାରବାର ଲାଗି ଅପରାଧୀମାନେ ରାଜଧାନୀକୁ ସୁରକ୍ଷିତ ମଣୁଥିବା ବେଳ ଏହା ଉପରେ ରୋକ ଲଗାଇବା କମିଶନରେଟ ପୋଲିସ ଲାଗି ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

Comment