ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି କଟକ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି।  ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୫୨୯କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଅପରାହ୍ନ ୫ଟାରେ କଟକ ବାଲିଯାତ୍ରା ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ପ୍ରସ୍ତୁତି ଶେଷ ହୋଇଛି।

୨୭୦କୋଟି ଟଙ୍କାର ପାଖାପାଖି ୩୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ବସୁଧା ଯୋଜନାରେ ଚୌଦ୍ୱାର ବ୍ଲକର କୁଜିବର ଠାରେ ପାଇପ ଲାଇନର ଉଧଘାଟନ ହେବ। ରେଭେନ୍ସା ଜୁନିୟର ମହାବିଦ୍ୟାଳୟର ୩୦୦ସିଟ୍‌ ବିଶିଷ୍ଟ ଛାତ୍ରୀନିବାସର ଉଦଘାଟନ ହେବ।

LEAVE A REPLY

Please enter your comment!
Please enter your name here