ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ପ୍ରସିଦ୍ଧ ପପ୍ ସିଙ୍ଗର ମାଇକେଲ୍ ଜ୍ୟାକ୍ସନ। ଯାହାଙ୍କୁ କିଙ୍ଗ୍ ଅଫ୍ ପପ୍ କୁହାଯାଏ। ତେବେ ମାଇକେଲଙ୍କ ମୃତ୍ୟୁକୁ ଯଦିଓ ୯ ବର୍ଷ ହୋଇସାରିଲାଣି ହେଲେ ଆଜି ବି ସାରାବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି।  ମାଇକେଲଙ୍କ ପରି ଗୀତ ବୋଲିବା ସହ ଡ୍ୟାନ୍ସ କରିବାକୁ ଚାହାଁନ୍ତି ତାଙ୍କ ପ୍ରଶଂସକ। ଏପରିକି ତାଙ୍କ ପରି ଦେଖାଯିବାକୁ ମଧ୍ୟ ଅନେକ ଚାହାଁନ୍ତି। ସେହିପରି ଜଣେ ପାଗଳ ପ୍ରଶଂସକ ହେଉଛନ୍ତି ଆର୍ଜେଣ୍ଟିନାର ଲିଓ ବ୍ଲେକୋ, ଯିଏକି  ମାଇକେଲ ଜ୍ୟାକ୍ସନଙ୍କ ସବୁଠୁ ବଡ଼ ଫ୍ୟାନ ଅଟନ୍ତି।

୨୨ ବର୍ଷୀୟ ଯୁବକ ମାଇକେଲ ଜ୍ୟାକ୍ସନଙ୍କ ପରି ଦେଖାଯିବା ପାଇଁ ନିଜ ଉପରେ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଗତ ୭ ବର୍ଷ  ମଧ୍ୟରେ ସେ ୧୧ ଥର ପ୍ଲାଷ୍ଟିକ୍ ସର୍ଜରୀ କରିସାରିଲେଣି। ମାତ୍ର ୧୫ ବର୍ଷ ବୟସରୁ ହିଁ ମାଇକେଲ୍ ଜ୍ୟାକ୍ସନଙ୍କ ପରି ଦେଖାଯିବା ପାଇଁ ନିଷ୍ପତ୍ତି ନେଇସାରିଥିଲେ। କେବଳ ନାକକୁ ୪ ଥର ସର୍ଜରୀ କରିସାରିଛନ୍ତି ଲିଓ। ତଥାପି ନିଜ ଲୁକରେ ସୁନ୍ତୁଷ୍ଟ ନାହାଁନ୍ତି ଲିଓ। କାରଣ ତାଙ୍କୁ ଲାଗୁଛି ଏବେ ବି ଅନେକ କିଛି ପରିବର୍ତ୍ତନ କରିବାକୁ ବାକି ଅଛି।

ତେବେ ଏହି ସର୍ଜରୀରେ ଲିଓଙ୍କ ବ୍ୟତୀତ ପରିବାର ଲୋକ କେହି ଖୁସି ନାହାଁନ୍ତି। ମା’ଙ୍କ କହିବା କଥା, ଯେବେ ବି ପୁଅକୁ ଦେଖେ ଚିନ୍ତାରେ ପଡ଼ିଯାଏ, ଇଏ କ’ଣ ମୋର ସେହି ପୁଅ ଲିଓ?

Comment