ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଲୋକଙ୍କ ରାଗ ଯେମିତି ଆକାଶ ଛୁଇଁଲାଣି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଲିଉଡ,କ୍ରିକେଟର ସମସ୍ତେ ପ୍ରତିଶୋଧ ପାଇଁ ଦାବି କରୁଛନ୍ତି।

ଏହାରିଭିତରେ ମୁମ୍ବାଇର କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ (ସିସିଆଇ) ବିସିସିଆଇ ପାଖରେ ଦାବି କରିଛି କି ବିଶ୍ୱକପ୍‌ରେ ଭାରତ, ପାକିସ୍ତାନ ସହ କୌଣସି ମ୍ୟାଚ୍‌ ନଖେଳୁ। ମେ ୩୦ରୁ ଇଲଣ୍ଡରେ ଆରମ୍ଭ ହେଉଛି ବିଶ୍ୱକପ୍‌ ୨୦୧୯।

ଏଥିରେ ଭାରତ ପାକିସ୍ତାନ ସହ ୧୦ଟି ଟିମ୍‌ ଭାଗ ନେଉଛନ୍ତି। ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ମ୍ୟାଚ୍‌ ଜୁନ୍‌ ୧୬ରେ ହେବାକୁ ଅଛି।

ମୁମ୍ବାଇର କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ (ସିସିଆଇ) ପ୍ରଥମ କ୍ଲବ ଯେ ନିଜ ଷ୍ଟାଡିୟମରୁ ପାକିସ୍ତାନର ପୂର୍ବ ଅଧିନାୟକ ଏବଂ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ଫଟୋକୁ ଢାଙ୍କିଦେଇଛି। କ୍ଲବ ତରଫରୁ କୁହାଯାଇଛିକି ଫଟୋ ହଟାଯିବ କି ନାହିଁ ସେ ବାବଦରେ ଚିନ୍ତା କରାଯିବ।

Comment