ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀରେ ଆରମ୍ଭ ହୋଇଛି ଅପରେସନ ଲିଓପାର୍ଡ । ବାଘକୁ ଧରିବାଲାଗି ନନ୍ଦନକାନନରୁ ଆସିଛନ୍ତି ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜର ଟିମ୍‌। ଏହାସହିତ ସିଟି ଡିଏଫ୍‌ଓଙ୍କ ଟିମ୍‌ବି ଏହି ଅପରେସନରେ ସାମିଲ ହୋଇଛନ୍ତି। ଡିଏଫଓଙ୍କ ଅଧିନରେ ୪ଜଣ ରେଞ୍ଜ ଅଧିକାରୀ ଓ CISF ସାମିଲ ହେବେ।

Leopard

ବିମାନବନ୍ଦରରେ ବନବିଭାଗ ଓ ସାମରିକ କର୍ମଚାରୀବି ବାଘ ଖୋଜା ଅପରେସନରେ ସାମିଲ ହୋଇଛନ୍ତି। ଏହାସହିତ ପୁରୁଣା ଏୟାରପୋର୍ଟକୁ ଥିବା ରାସ୍ତାକୁ ସିଲ୍‌ କରାଯାଇଛି।

ବାଘ ରହିଥିବା ସ୍ଥାନକୁ ଘେରିରହିଛନ୍ତି ସୁରକ୍ଷାକର୍ମୀ। ବାଘକୁ ଧରିବା ଲାଗି ଏକ ଯନ୍ତା ବି ଅଣାଯାଇଛି।

ଭୁବନେଶ୍ୱର ପଳାଶପଲ୍ଲୀରେ ବାଘ ବୁଲୁଥିବା ଜଣାପଡିବା ପରେ ବାଘକୁ ଧରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏହାସହିତ ସ୍ଥାନୀୟ ଲୋକ ଭୟଭୀତ ନହେବାଲାଗି ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment