ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ୩ପି ଅର୍ଥାତ୍‌ ପ୍ରାଇସ୍,ପ୍ରେସଟିଜ୍‌ ଓ ପେନସନ୍‌ ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି ସଂଗଠନ।

ନବ ନିର୍ମାଣ କୃଷକ ସଂଗଠନର ଆବାହକ କହିଛନ୍ତି ଏହି ବନ୍ଦ ବା ଆନ୍ଦୋଳନ ମାଟ୍ରିକ ପରୀକ୍ଷା ଉପରେ କୌଣସି ପ୍ରଭାବ ପକାଇବା ନାହିଁ। ଏହା ସହିତ ସରକାର ଗତକାଲି ଯେଉଁ ଆନ୍ଦୋଳନ ବନ୍ଦ କରିବା ଲାଗି କହିଥିଲେ ତାହାକୁ ମାନି ନାହାନ୍ତି।

ଅନ୍ୟପଟେ ଏନେଇ ଆଜି ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା କହିଛନ୍ତି,”ନବ ନିର୍ମାଣ କୃଷକ ସଂଗଠନର ଏହି ବନ୍ଦ ଡାକରାର ପ୍ରଭାବ ସାଧାରଣ ଜନଜୀବନ ସହ ମାଟ୍ରିକ ପରୀକ୍ଷା ଉପରେ ପଡ଼ିବ। ଏହାସହିତ ଏହି ଆନ୍ଦୋଳନ ନକରିବା ଲାଗି ସେ ଅନୁରୋଧ ବି କରିଛନ୍ତି।”

LEAVE A REPLY

Please enter your comment!
Please enter your name here