ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟିଭ୍‌ ଇର୍‌ୱିନ୍‌, ଏହି ନାଁ ଶୁଣିଲେ ଅବଶ୍ୟ ଆପଣ ଜାଣି ପାରିବେନି, କିନ୍ତୁ ଉପରୋକ୍ତ ଫଟୋ ଦେଖିଲେ ନିଶ୍ଚୟ ଜାଣି ପାରୁଥିବେ। କ୍ରୋକୋଡାଇଲ ହଣ୍ଟର୍‌ ବା କୁମ୍ଭୀର ଶିକାରୀ ନାମରେ ଷ୍ଟିଭ୍‌ ଇର୍‌ୱିନ୍‌ ବେଶ୍‌ ଜଣାଶୁଣା। ଟଭି ଚ୍ୟାନେଲରେ ଷ୍ଟିଭ୍‌ଙ୍କ ଭିଜୁଆଲ ଦେଖିବାକୁ ମିଳିଥାଏ। ଆଜି ହେଉଛି ଏହି ମହାନ ବ୍ୟକ୍ତିଙ୍କ ଜନ୍ମ ଦିନ। ତାଙ୍କ ୫୭ ତମ ଜନ୍ମ ଦିନରେ ଗୁଗଲ ପକ୍ଷରୁ ଏକ ସ୍ୱତନ୍ତ୍ର ଡୁଡଲ ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଷ୍ଟିଭ୍‌ ଇର୍‌ୱିନ୍‌ ୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିଲେ। କ୍ରୋକୋଡାଇଲ ହଣ୍ଟର୍‌ ଷ୍ଟିଭ୍‌ ଇର୍‌ୱିନ୍‌ଙ୍କ ଆଜି ହେଉଛି ୫୭ ତମ ଜନ୍ମ ଦିବସ। ଜୀବଜନ୍ତୁଙ୍କ ଯେଉଁ ଦୁନିଆ ତାଙ୍କୁ ଏତେ ବଡ଼ ନାଁ ଦେଇଛି ସେହି ଦୁନିଆ ହିଁ  ଦିନେ ତାଙ୍କ ଜୀବନ ନେଇଥିଲା। ଏକ ଶାଙ୍କୁଚ ମାଛର ଆକ୍ରମଣରେ ୨୦୦୬ ମସିହାରେ ଷ୍ଟିଭ୍‌ ମୃତ୍ୟୁବରଣ କରିଥିଲେ। ଶାଙ୍କୁଚ ମାଛ ତା’ର ବିଶାକ୍ତ କଣ୍ଟାରେ ଷ୍ଟିଭ୍‌ଙ୍କ ଛାତିରେ ଆକ୍ରମଣ କରିଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଜୀବଜନ୍ତୁଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଷ୍ଟିଭ୍‌ ହେଉଛନ୍ତି ପୁଇଟି ସନ୍ତାନର ବାପା। ଷ୍ଟିଭ୍‌ଙ୍କ ମୃତ୍ୟୁର ପ୍ରତ୍ୟକ୍ଷଦର୍ଶୀ କ୍ୟାମେରାମ୍ୟାନ ଜଷ୍ଟିନ୍‌ କହନ୍ତି, ମୃତ୍ୟୁ ସମୟରେ ଷ୍ଟିଭ୍ କେବଳ ନିଜ ପରିବାର ବିଷୟରେ ହିଁ କହୁଥିଲେ।

LEAVE A REPLY

Please enter your comment!
Please enter your name here