ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାର ୭୨ଟି ପରୀକ୍ଷା କେନ୍ଦ୍ରରେ ୧୨, ୮୮୯ଜଣ  ପରୀକ୍ଷାର୍ଥୀ ଦେଇଛନ୍ତି ମାଟ୍ରିକ ପରୀକ୍ଷା। ୧୨ ହଜାର ୩୮୯ଜଣ ରେଗୁଲାର ଓ ୨୬୧ଜଣ ଏକ୍ସ ରେଗୁଲାର ଏବଂ ୫ ଜଣ ପତ୍ର ବିନିମୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୨୬ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ।

ଷ୍ଟେଟ ଓପେନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୩୭୧ ଜଣ ରେଗୁଲାର ଓ ବ୍ୟାକ ପେପର ଥିବା ୨୯୪ ଜ ଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଦୁଇଟି ଅଲଗା ଅଲଗା କେନ୍ଦ୍ର କରାଯାଇଛି।

ଜିଲ୍ଲାରେ ସମୁଦାୟ ୯ଟି ନୋଡାଲ ସେଣ୍ଟର ରହିଛି। ପ୍ରତି ନୋଡାଲ ସେଣ୍ଟର ରେ ୪ଟି ଲେଖାଏଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସ୍କ୍ୱାର୍ଡ ଭାବେ ନିୟୋଜିତ କରାଯାଇଛି।

ପ୍ରତିଦିନ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଗଣିତ ପରୀକ୍ଷା ଦିନ ୧୦ଟା ରୁ ୧୨ଟା ୪୫ ମିନିଟ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

Comment