ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ରାହୁଲ ଗାନ୍ଧି ଆରମ୍ଭ କରିଛନ୍ତି ଅଭିଯାନ। ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନୀ ପ୍ରଚାରକୁ ସରଗରମ କରିଛନ୍ତି।

ତେବେ ଆଜି ଦିନିକିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇଥିବା ରାହୁଲ ଗାନ୍ଧି ଅଲଗା ନଜରରେ ଭୋଟରଙ୍କ ସାମ୍ନାକୁ ଆସିଛନ୍ତି। ତିରୁପତି ବାଲାଜୀଙ୍କୁ ଦର୍ଶନ କରିବା ପାଇଁ ରାହୁଲ ୯ କିଲୋମିଟର ପଦଯାତ୍ରା କରିବା ସହ ସାଢ଼େ ୩ ହଜାର ପାହାଚ ଚଢ଼ିଥିଲେ। ପରେ ମନ୍ଦିରକୁ ଯାଇ ପୂଜା କରିଥିଲେ।

ଶ୍ରଦ୍ଧାଳୁମାନେ ତିରୁପତି ବାଲାଜିଙ୍କୁ ଦର୍ଶନ କରିବା ପାଇଁ ସାଢ଼େ ୩ ହଜାର ପାହାଚ ଅତିକ୍ରମ କରିଥାନ୍ତି। ରାହୁଲ ଆଜି ପାହାଚ ଚଢ଼ି ଆନ୍ଧ୍ରପ୍ରଦେଶ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ରାହୁଲ ପ୍ରଥମ ଥର ପାଇଁ ତିରୁପତି ବାଲାଜିଙ୍କ ଦର୍ଶନ କରିଛନ୍ତି।

Comment