ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇରେ ଆରମ୍ଭ ହୋଇଛି  ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ। ନଭି ମୁମ୍ବାଇର ସିଡ୍‌କୋ ଗ୍ରାଉଣ୍ଡରେ ଫେବ୍ରୁଆରି ୨୩ ଏବଂ ୨୪ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଆୟୋଜିତ ହେଉଛି।

ପ୍ରଥମ ଦିନରେ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। କଳାକାର ମାନେ ଯୋଡ଼ି ଶଙ୍ଖ ନୃତ୍ୟ ପରିବେଷଣ କରିଛନ୍ତି। କଳକାରା ମାନେ ଓଡ଼ିଶାର ଲୋକନୃତ୍ୟକୁ ଅତି ସୁନ୍ଦର ଭାବେ ଦେଖାଇଛନ୍ତି। ଯାହାକୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଛନ୍ତି।

ମୁମ୍ବାଇ ମହାନଗରୀରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ଡୋରିରେ ବାନ୍ଧିବା ସହ ସ୍ଥାନୀୟ ଅନ୍ୟ ଭାଷାଭାଷୀ ଲୋକଙ୍କ ନିକଟରେ ଓଡ଼ିଶାକୁ ଉପସ୍ଥାପନ କରିବା ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଅବସରରେ ସ୍ଥାନୀୟ ମଂଚରେ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Comment