ଓଡ଼ିଶାଲାଇଭ୍ ବ୍ୟୁରୋ

ଅସମ୍ଭାଳ ହେଲାଣି ଗରମ। ରାଜ୍ୟରେ ଶୀତର ପ୍ରକୋପ କମିବା ସହ ତାପମାତ୍ରା ଧିରେ ଧିରେ ବଢ଼ୁଛି। ଶୁକ୍ରବାର ରାଜଧାନୀର ତାପମାତ୍ରାରେ ପରିବର୍ତ୍ତନ ହୋଇଛି। ପୂର୍ବାହ୍ନରୁ ଅପରାହ୍‌ଣ  ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାରେ ଲାଗିଛି। ରାଜ୍ୟର ସର୍ବାଧିକ ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମାଲକାନଗିରିରେ ତାପମାତ୍ରା ମଧ୍ୟ ୩୯.୨ ଡିଗ୍ରୀ ଛୁଇଁଛି। କଟକ ଓ ଭବାନିପାଟଣାର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ଟପିଯାଇଛି। ରାଜ୍ୟରେ ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି।

ଖରା ହେଉଥିବା ବେଳେ ରବିବାରଠାରୁ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବାଂଲାଦେଶରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ରାଜ୍ୟର କିଛିଟା ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ୨୪ରୁ ୨୭ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ୧୦ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମଞୂରଭଞ୍ଜ, ବାଲେଶ୍ୱର, ଅନଗୁଳ, ଡେଙ୍କାନାଳ, ବୌଦ୍ଧ, ବଲାଙ୍ଗିର, ସୋନପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ବଜ୍ରପାତ ସହିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ଆଶଙ୍କା ରହିଛି। ୨୫ ଓ ୨୬ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସହିତ ଘୂର୍ଣ୍ଣିଝଡ଼ ସମ୍ଭାବନା ରହିଛି।

Comment