ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଙ୍ଗାଳୁରୁରେ ଚାଲିଥିବା ଏରୋ ଇଣ୍ଡିଆ ଏୟାର ଶୋ’ର ଅଭ୍ୟାସ ବେଳେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଏୟାର ଶୋ’ ଚାଲିଥିବାବେଳେ ନିକଟରେ ଥିବା ଏକ କାର ପାର୍କିଂରେ ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ ପାର୍କିଂ ସ୍ଥଳରେ ଥିବା ପାଖାପାଖି ୩୦୦ଟି କାର୍‌ରେ ନିଆଁ ଲାଗି ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ଅଗ୍ନିଶମ ବିଭାଗର ଡିଜି କହିଛନ୍ତି, ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡରେ ୧୦୦ରୁ ଅଧିକ କାର ଧ୍ୱଂସ ହୋଇଥିଲେ। କିନ୍ତୁ ଅଗ୍ନିର ଭୟାଭୟ ଅଧିକ ହେବାରୁ ଏହି ଘଟଣାରେ ମୋଟ ୩୦୦ଟି ଗାଡ଼ି ଜଳି ଧ୍ୱଂସ ହୋଇଛି।

ଏୟାର ଇଣ୍ଡିଆ ପକ୍ଷରୁ ଫେବ୍ରୁଆରି ୨୦ରୁ ପାଞ୍ଚ ଦିନିଆ ଏରୋ ଇଣ୍ଡିଆ ଏୟାର ଶୋ’-୨୦୧୯ ଚାଲିଛି। ଯାହାକି ଆସନ୍ତାକାଲି ଫେବ୍ରୁଆରି ୨୪ରେ ଶେଷ ହେବ। ଏହା ପୂର୍ବରୁ ମଧ୍ୟ ଏରୋ ଇଣ୍ଡିଆ ଶୋ’ରେ ଦୁଇ ସୂର୍ଯ୍ୟକୀରଣ ଜେଟ୍‌ ପରସ୍ପର ସହ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ପାଇଲଟ୍‌ ବର୍ତ୍ତି ଯାଇଥିଲେ।

Comment