ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଇନାରେ ଏକ ବିମାନ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିମାନ ଉଡ଼ାଣବେଳେ ଚୀନର ଜନୈକ ପାଇଲଟଙ୍କ ଆଖି ଲାଗି ଯାଇଥିଲା। ଏହି ଭିଡିଓଟି ଭାଇରାଲ ହେବା ପରେ ପାଇଲଟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ପାଇଲଟ ଜଣଙ୍କ ବରିଷ୍ଠ ଅଧିକାରୀ ଥିବା ଜଣାପଡ଼ିଛି। କୌଣସି ସାଧାରଣ ବିମାନ ନୁହେଁ ବରଂ ବୋଇଂ ୭୪୭ ବିମାନ ଉଡ଼ାଣ କରୁଥିଲେ ପାଇଲଟ୍। ପାଇଲଟଙ୍କ ପାଖାପାଖି ୨୦ ବର୍ଷର ଅଭିଜ୍ଞତା ରହିଛି। କେତେବେଳେ ଏବଂ କେଉଁ ସମୟରେ ପାଲଇଟ ଜଣଙ୍କ ଶୋଇଛନ୍ତି ତାହାର ପ୍ରକୃତ କାରଣ ଜଣାପଡ଼ିନି।
ଏହି ଚିତ୍ରକୁ ଜଣେ କୋ-ପାଇଲଟ୍ ଉଠାଇବା ପରେ ଭାଇରାଲ କରିଥିବା ଜଣାପଡ଼ିଛି। ପାଇଲଟଙ୍କ ଅଜାଣତରେ କୋ-ପାଇଲଟ ଫଟୋ ଉଠାଇଥିବାରୁ ତାଙ୍କ ବିରୋଧ ବି କାର୍ଯ୍ୟାନୁଷ୍ଠାନ ହୋଇଛି ।