ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ଆଜିଠୁ ବିମାନ ସେବା ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ହିଁ କିଛି ବିମାନ ଯାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ସୋମବାର ଦିଲ୍ଲୀ ଏୟାରପୋର୍ଟରେ ପ୍ରାୟ ୮୨ ଉଡ଼ାଣକୁ ବାତିଲ୍ କରିଦିଆଯାଇଛି।

ସୋମବାର ଦିଲ୍ଲୀ ଏୟାରପୋର୍ଟରୁ ମୋଟ ୩୩୨ଟି ବିମାନ ଉଡ଼ାଣ ହେବାକୁ ଥିଲା। ହେଲେ ଏହା ମଧ୍ୟରୁ ୮୨ଟି ଉଡ଼ାଣକୁ ବାତିଲ୍ କରିଦିଆଯାଇଛି। ଦିଲ୍ଲୀରୁ ପୋର୍ଟ ବ୍ଲେୟାର୍, କୋଲାକାତା, ହାଇଦ୍ରାବାଦ, ମୁମ୍ବାଇ, ଇନ୍ଦୋରକୁ ଯିବାକୁ ଥିବା ଅନେକ ଫ୍ଲାଇଟକୁ ଶେଷ ମୁହୂର୍ତ୍ତରେ ରୋକି ଦିଆଯାଇଛି।

ସୋମବାର ଅନେକ ଯାତ୍ରୀ ବିମାନ ଯାତ୍ରା କରିବା ପାଇଁ ଏୟାରପୋର୍ଟକୁ ଆସିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ବିମାନ ଉଡ଼ାଣ ବାତିଲ ହେବାରୁ ସେମାନଙ୍କୁ ପୁଣି ଘରକୁ ଫେରିବାକୁ ପଡ଼ିଛି।

ସେହିପରି ମୁମ୍ବାଇ ଏୟାରପୋର୍ଟରେ ମଧ୍ୟ କେତେକ ଆଜି ଅନେକ ଉଡ଼ାଣକୁ ରୋକି ଦିଆଯାଇଛି। ତେବେ ଏହି ସବୁ ବିମାନ ଉଡ଼ାଣ କାହିଁକି ବାତିଲ୍ ହେଲା ସେନେଇ ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ।

Comment