ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ବିମାନ ଚଳାଚଳ କମ୍ପାନି ଏୟାର ଇଣ୍ଡିଆକୁ ଗୁରୁବାର ଟାଟା ଗ୍ରୁପ୍‌କୁ ହସ୍ତାନ୍ତର କରାଯାଇଛି। ଦୀର୍ଘ ୬୯ ବର୍ଷ ପରେ ଟାଟା ଗ୍ରୁପ ହାତକୁ ଫେରିଛି ଏଆର ଇଣ୍ଡିଆ। କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକିବା ଲାଗି ୨୦୧୭ ମସିହାରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏଥିପାଇଁ ଗତ ଅକ୍ଟୋବର ମାସରେ ନିଲାମ ହୋଇଥିଲା। ନିଲାମରେ ଟାଟା ଗ୍ରୁପ୍ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ କିଣିଥିଲା। ଟାଟା ଗ୍ରୁପ୍‌କୁ ଏୟାର ଇଣ୍ଡିଆ ହସ୍ତାନ୍ତର କରାଯିବା ପରେ ଗୁରୁବାର ମୁମ୍ବାଇରୁ ୪ଟି ରୁଟରେ ବିମାନ ଚଳାଚଳ ସେବା ଆରମ୍ଭ ହେବ।

ଏହି ରୁଟ୍ ଗୁଡ଼ିକ ହେଲା ମୁମ୍ବାଇ-ଦିଲ୍ଲୀର ଦୁଇଟି ରୁଟ୍, ମୁମ୍ବାଇ-ଆବୁଧାବି ଓ ମୁମ୍ବାଇ-ବେଙ୍ଗାଲୁରୁ। ବିମାନଗୁଡ଼ିକରେ ଉନ୍ନତମାନର ଭୋଜନ ଦିଆଯିବ। ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତ ପ୍ରତିଶତ ଅଂଶଧନ ହାସଲ କରିଛି।

ନିଲାମ ପ୍ରକ୍ରିୟାରେ ଟାଟା ସନ୍ସ ଓ ଅଜୟ ସିଂହଙ୍କ ସ୍ପାଇସ ଜେଟ୍ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା। ସ୍ପାଇସ୍ ଜେଟ୍ ୧୫ ହଜାର ୧୦୦ କୋଟି ଟଙ୍କାର ବିଡ୍ ଦାଖଲ କରିଥିବାବେଳେ ଟାଟ୍ ସନ୍ସ ପକ୍ଷରୁ ୧୮ ହଜାର କୋଟି ଟଙ୍କାର ବିଡ ଡାଖଲ କରିଥିଲା। ନିଲାମରେ ୧୮ ହଜାର କୋଟି ଟଙ୍କାର ବୋଲି ଲଗାଇ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆକୁ କିଣିଥିଲା।

Comment