ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ପୁରୀରେ ନିର୍ମାଣ ହେବ ଗ୍ରୀନଫିଲ୍ଡ ଏୟାରପୋର୍ଟ। ଏଥିନିମନ୍ତେ ସିପସରୁବାଲିର ଗିରଳଠାରେ ଚିହ୍ନଟ ହୋଇସାରିଛି ୧୫ ଶହ ଏକର ଜମି। ଖୁବ୍‌ଶୀଘ୍ର ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ। ଏ ସମ୍ପର୍କରେ ଇଡ୍‌କୋର ୩ ଜଣିଆ ଟିମ୍ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

ଜଙ୍ଗଲ ଓ ପରିବେଶଗତ ଦିଗ ସହ ସିଆରଜେଡ୍ ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ଏୟାରପୋର୍ଟର କିଛି ଅଂଶ ଆସୁଛି। ସବୁ ପ୍ରତିବନ୍ଧକକୁ ଦୂର କରି ଖୁବ୍‌ଶୀଘ୍ର ଏୟାରପୋର୍ଟ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆସନ୍ତା ୨ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।  

ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ଆଗଉ ଥିବାରୁ ପୁରୀ ବାସିନ୍ଦାଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ଇଡ୍‌କୋ ଦ୍ୱାରା ଜମି ଅଧିଗ୍ରହଣ, ଟେକ୍ନୋ ଫେସିବିଲିଟି ସର୍ଭେ ଏବଂ ସମସ୍ତ ଅନୁମତି ହାସଲ ପରେ ଶୀଘ୍ର ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଏୟାରପୋର୍ଟ କାମ ଆରମ୍ଭ କରାଯିବ।

Tags: #Puri #AirPort #GreenfieldAirPort

Comment