ଓଡ଼ିଶାଲାଇଭ୍ ବ୍ୟରୋ

ପୁରୀରେ ରାଜ୍ୟର ଦ୍ଵିତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧିକାରୀମାନେ ସ୍ଥାନ ଚିହ୍ନଟ ପାଇଁ ପୁରୀ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସ୍ଥାନ ଚିହ୍ନଟ ସହ ଅନ୍ୟାନ୍ୟ ସର୍ଭେ ମଧ୍ୟ କରିଛନ୍ତି।

ଖବର ଅନୁସାରେ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ସବକଲେକ୍ଟର ଭବତରଣ ସାହୁ ଓ ଏଏଆଇର ଅଧିକାରୀ ମିଳିତ ଭାବେ ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଏକ ସ୍ଥାନ ଦେଖଥିଲେ, ଯେଉଁଠି ବିମାନ ବନ୍ଦର ନିର୍ମାଣ ହୋଇପାରିବ। ପୁରୀ ବ୍ରହ୍ମଗିରି ରାସ୍ତାରେ ସିପସରୁବାଲି ନିକଟରେ ମଧ୍ୟ ଆଉ ଏକ ସ୍ଥାନ ଚିହ୍ନଟ କରାଯାଇଛି।

ସର୍ଭେ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ବିମାନ ବନ୍ଦରର ଲମ୍ବ ଓ ତା’ର ନକ୍ସାକୁ ଏଏଆଇ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ଦୁଇଟି ସ୍ଥାନ ଭିତରୁ ଗୋଟିକୁ ଚୟନ କରିବ। ଉଲ୍ଲେଖ କରାଯାଇପାରେ ଯେ, ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଦ୍ଵିତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦେଇଥିଲେ।

Comment