ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନ ଫେରନ୍ତାଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା। ଏଣିକି ଦିଲ୍ଲୀ ବିମାନବନ୍ଦରରେ ବ୍ରିଟେନରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ଯାତ୍ରୀମାନେ ଏହି ଟେଷ୍ଟ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ବହନ କରିବେ।

ଏହି ଆରଟିପିସିଆର ଟେଷ୍ଟରେ ଯେଉଁ ଯାତ୍ରୀମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ଆଇସୋଲେସନରେ ରଖାଯିବ। କରୋନା ନେଗେଟିଭ୍ ଚିହ୍ନଟ ହେଉଥିବା ଯାତ୍ରୀମାନଙ୍କୁ ସାତ ଦିନ ପାଇଁ ସରକାରୀ କ୍ୱାରେଣ୍ଟାଇନ କିମ୍ବା ହୋମ୍ କ୍ୱାରେଣ୍ଟାଇନରେ ରଖାଯିବ। ଯେଉଁ ଲୋକମାନେ ହୋମ୍ କ୍ୱାରେଣ୍ଟାଇନରେ ରହିବେ ସେମାନଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ବ୍ରିଟେନରେ ବ୍ୟାପୁଥିବା କରୋନାର ନୂଆ ଷ୍ଟ୍ରେନରୁ ଦିଲ୍ଲୀବାସୀଙ୍କୁ ରକ୍ଷା କରିବା ପାଇଁ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଟୁଇଟ୍ କରିଛନ୍ତି।

ଦିଲ୍ଲୀ ସରକାରଙ୍କ ଏହି ଆଦେଶକୁ ଏବେ ପରୀକ୍ଷାମୂଳକ ଭାବେ ଏକ ସପ୍ତାହ ପର୍ଯ୍ୟନ୍ତ ଲାଗୁ କରାଯିବ। ତେଣୁ ଜାନୁଆରି ୧୪ ଭିତରେ ବ୍ରିଟେନରୁ ଫେରୁଥିବା ଯାତ୍ରୀମାନେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Comment