ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରୁ ବ୍ୟାଙ୍କକ ସିଧାସଳଖ ବିମାନଯାତ୍ରା କରୁଥିବା ଯାତ୍ରୀଙ୍କୁ ବଡ଼ ଝଟକା ଲାଗିଛି। କାରଣ ଭୁବନେଶ୍ୱର ବିମାନବନ୍ଦରୁ ବ୍ୟାଙ୍କକ ବିମାନ ଉଡ଼ାଣ ସାମୟିକ ବନ୍ଦ ରହିବ। ଉଡ଼ାଣ ବନ୍ଦ ନେଇ ଭୁବନେଶ୍ୱର ବିମାନମନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଏୟାର ଏସିଆ କର୍ତ୍ତୃପକ୍ଷ। ଏନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।

ଏୟାର ଏସିଆର କୌଣସି ସମସ୍ୟା ହେତୁ ଏହି ବିମାନ ଉଡ଼ାଣକୁ ସାମୟିକ ବନ୍ଦ କରାଯାଉଥିବା ଅନୁମାନ କରାଯାଉଛି। ଚଳିତ ମାସ ୧୫ ତାରିଖରୁ ବିମାନ ଉଡ଼ାଣ ବନ୍ଦ ହୋଇପାରେ।

ସପ୍ତାହକୁ ୩ ଦିନ ଭୁବନେଶ୍ୱରରୁ ବ୍ୟାଙ୍କକ ଉଡ଼ାଣ ଭରୁଥିଲା ଏୟାର ଏସିଆ ବିମାନ। ସେଥିରେ ପ୍ରାୟ ୧୮୦ ଯାତ୍ରୀ ଯାତ୍ରା କରୁଥିଲେ।

Comment