ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୨୫ରୁ ଘରୋଇ ବିମାନ ଉଡ଼ାଣ କରିବ। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ। ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ସବୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ବିମାନସେବା କମ୍ପାନି ପ୍ରସ୍ତୁତ ରହିବାକୁ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

‘‘ମେ’ ୨୫ରୁ ଘରୋଇ ବିମାନ ଉଡ଼ାଣ ସେବା ଆରମ୍ଭ ହେଉଛି। ଏଥିପାଇଁ ସବୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ବିମାନ ସେବା ଯୋଗାଉଥିବା କମ୍ପାନିମାନେ ପ୍ରସ୍ତୁତ ରହନ୍ତୁ’’, ଟୁଇଟ୍‌ କରି ଏହା କହିଛନ୍ତି ହରଦୀପ ସିଂହ ପୁରୀ।

ଗତ ମାର୍ଚ୍ଚ ୨୫ରୁ ସାରା ଦେଶରେ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବାତିଲ କରାଯାଇଥିଲା। ବିମାନ ଚଳାଚଳ କେବେଠୁ ଆରମ୍ଭ ହେବ ତାକୁ ହିଁ ଯାତ୍ରୀମାନେ ଅପେକ୍ଷା କରି ରହିଥିଲେ।

Comment