ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରୁ କୋରାପୁଟ ଜିଲ୍ଲା ଜୟପୁର ସହରକୁ ଉଡ଼ିବ ଦ୍ଵିତୀୟ ବିମାନ। ଆସନ୍ତା ନଭେମ୍ବର ୬ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଏ ନେଇ ବିମାନ ସେବା ଯୋଗାଉ ଥିବା ସଂସ୍ଥା ଇଣ୍ଡିଆ ଓ୍ଵାନ ଏୟାର ପକ୍ଷରୁ ସୂଚନା ଦିଆଯାଇଛି।

ସପ୍ତାହକୁ ଦୁଇ ଦିନ ସୋମବାର ଏବଂ ଶୁକ୍ରବାର ଦିନ ଯାତ୍ରୀଙ୍କୁ ଧରି ଉଡ଼ିବ ‘ଇଣ୍ଡିଆ ଓ୍ଵାନ ଏୟାର’ର ବିମାନ। ଏହି ବିମାନ ଭୁବନେଶ୍ଵର ବିମାନ ବନ୍ଦରରୁ ସକାଳ ୭ଟା ୧୦ ମିନିଟରେ ବାହାରି ଜୟପୁରରେ ୮ଟା ୪୫ ମିନିଟରେ ପହଞ୍ଚିବ। ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ଵରରେ ୧୦ଟା ୩୫ ମନିଟରେ ଯାତ୍ରୀଙ୍କୁ ଧରି ପହଞ୍ଚିବ ବିମାନ।

ପୂର୍ବରୁ ଗତ ବର୍ଷ ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ଵର-ଜୟପୁର ମଧ୍ୟରେ ବିମାନ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Tags: #FlightService #FlightServiceBhubaneswartoJoypure #CMOdisha #FlightService #IndiaOneAir

Comment