ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲାର ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ। ସୋମବାରଠାରୁ ଜୟପୁରକୁ ଦ୍ଵିତୀୟ ଏହି ବିମାନସେବା ଆରମ୍ଭ ହୋଇଛି। ଇଣ୍ଡିଆ ୱାନ ଏୟାରଲାଇନ୍ସ ପକ୍ଷରୁ ସପ୍ତାହକୁ ଦୁଇଦିନ ସୋମବାର ଓ ଶୁକ୍ରବାର ଏହି ବିମାନ ଚଳାଚଳ କରିବ।  

ସୋମବାର ସକାଳ ୭ଟା ୧୦ରେ ଇଣ୍ଡିଆ ୱାନ ଏୟାରଲାଇନ୍ସର ‘ସେସନା’ ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜୟପୁର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ୯ ଜଣ ଯାତ୍ରୀ ଯାଇଥିଲେ। ବିମାନଟି ୮ଟା ୪୫ରେ ବିମାନଟି ଜୟପୁରରେ ପହଞ୍ଚିଥିଲା। ଏହାପରେ ବିମାନଟି ୯ଟାରେ ଜୟପୁରରୁ ଉଡ଼ି ୧୦ଟା ୩୫ରେ ଭୁବେନଶ୍ଵରରେ ପହଞ୍ଚିଛି।

ଜୟପୁରକୁ ବଢ଼ୁଥିବା ଯାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହି ଅତିରିକ୍ତ ବିମାନ ସେବା ଆରମ୍ଭ ହୋଇଛି। ଏଥିଲାଗି ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଉଛନ୍ତି।

ଏହାପୂର୍ବରୁ ୨୦୨୨ ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ଵର-ଜୟପୁର ମଧ୍ୟରେ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା।   

Tags: #FlightService #Bhubaneswar #Jeypore #DirectFlight #IndiaOneAir

Comment