ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୋଗୁଁ ସମଗ୍ର ଦେଶରେ ଜାରି ରହିଥିବା ଲକଡାଉନର ଅବଧି ହୁଏତ ଆଉ ବଢ଼ିବ ନାହିଁ। ଏହାର ପ୍ରମାଣ ହେଉଛି ସରକାରଙ୍କ ବିମାନ ସେବା କମ୍ପାନି ଏୟାର ଇଣ୍ଡିଆ ଟିକେଟ ବୁକିଂ ଆରମ୍ଭ କରିଛି। ଲକଡାଉନ ମେ ୩ରେ ଶେଷ ହେଉଥିବା ବେଳେ ୪ ତାରିଖରୁ ବୁକିଂ ନେବା ଆରମ୍ଭ କରିଛି ଏୟାର ଇଣ୍ଡିଆ। ତେବେ ଏହା କେବଳ କିଛି ଆଭ୍ୟନ୍ତରୀଣ ଫ୍ଲାଇଟ ପାଇଁ।

ଆନ୍ତର୍ଜାତିକ ଉଡାଣ ଜୁନ ପହିଲାରୁ ଆରମ୍ଭ ହେବ। ଏଥିପାଇଁ ମଧ୍ୟ ବୁକିଂ ଆରମ୍ଭ କରିବାକୁ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯଦି ବି ନିହାତି ଜରୁରୀ ହୁଏ ଓ ଲକଡାଉନ ସମୟ ବୃଦ୍ଧି ପାଏ ତେବେ ବିମାନ  ଯାତ୍ରା ତାରିଖ ବଦଳିପାରେ।

ଏପ୍ରିଲ ୧୪ ପର୍ଯ୍ୟନ୍ତ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିଲା। କିନ୍ତୁ ନୂଆ ନୂଆ କରୋନା ମାମଲା ଆସିବାରୁ ସରକାର ମେ ୩ ପର୍ଯ୍ୟନ୍ତ କଟକଣା ବଢାଇଥିଲେ। ମେ ୩ ପରେ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଟ୍ରେନ ଓ ବସ ସେବା ଆରମ୍ଭ ନେଇ ନିଷ୍ପତ୍ତି ନିଆଯାଇନାହିଁ।

Comment