ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀର ଆଉ ଏକ ନୂଆ ଷ୍ଟ୍ରେନ ବା ପ୍ରଜାତି ସମଗ୍ର ବିଶ୍ୱରେ  ପୁଣି ଥରେ ସଂକ୍ରମଣର ଆଶଙ୍କାକୁ ବୃଦ୍ଧି କରିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଏକ ଏସଓପି ବା ମାର୍ଗଦର୍ଶିକା ଜାରି କରିଛନ୍ତି। ବିଶେଷ କରି ଯେଉଁମାନେ ବିଦେଶ ଫେରନ୍ତା ସେମାନଙ୍କ ପାଇଁ ଏହା ଲାଗୁ ହେବ।

ବିମାନ ବନ୍ଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଗୌତମ ରାୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରତିଟି ବିଦେଶ ଫେରନ୍ତା ଯାତ୍ରୀଙ୍କ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ପାଇଁ ସମସ୍ତ ଏୟାରଳାଇନକୁ ଜଣାଇ ଦିଆଯାଇଛି।

ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ବିଦେଶ ଫେରନ୍ତା ୫୫ ବର୍ଷୀୟ ହୋଇଥିବେ ଓ ତାଙ୍କ ଶରୀରରେ ଅନ୍ୟ ରୋଗ ଥିବ ତାଙ୍କୁ ବିଏମସି ଦ୍ୱାରା ପ୍ରତିଷ୍ଠା ହୋଇଥିବା କିଓସ୍କରେ କୋଭିଡ ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ହେବ। ବିମାନ ବନ୍ଦର ଟର୍ମିନାଲ ପାଖରେ ଏହି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି।

ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ୱରରୁ ଉଡାଣ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏସଓପି ଜାରି କରାଯାଇଛି ବୋଲି ସେ କହିଛନ୍ତି।

Comment